କୋଟିଆରେ ପୁଣି ଆନ୍ଧ୍ରର ନିର୍ବାଚନ: ଅସହାୟ ଓଡ଼ିଶା ସରକାର, ଯିବେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ ଅପାରଗତା ଯୋଗୁ ସୀମାବର୍ତ୍ତୀ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ସରକାର ପୁଣିଥରେ ନିଜର ହାକିମାତି ଜାହିର କରିବାକୁ ଯାଉଛନ୍ତି। ଆସନ୍ତା ୮ତାରିଖରେ କୋଟିଆର ୨ଟି ପଂଚାୟତରେ ସମିତି ସଭ୍ୟ ଓ ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେବା କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଆଉ ଏହି ପ୍ରସଙ୍ଗରେ ଓଡ଼ିଶା ସରକାର ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା […]

CM Naveen Patnaik

Ordigital Desk
  • Published: Monday, 05 April 2021
  • , Updated: 05 April 2021, 07:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ ଅପାରଗତା ଯୋଗୁ ସୀମାବର୍ତ୍ତୀ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ସରକାର ପୁଣିଥରେ ନିଜର ହାକିମାତି ଜାହିର କରିବାକୁ ଯାଉଛନ୍ତି। ଆସନ୍ତା ୮ତାରିଖରେ କୋଟିଆର ୨ଟି ପଂଚାୟତରେ ସମିତି ସଭ୍ୟ ଓ ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେବା କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଆଉ ଏହି ପ୍ରସଙ୍ଗରେ ଓଡ଼ିଶା ସରକାର ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି।

ରାଜ୍ୟ ଆଇନ ବିଭାଗର ଉପସଚିବ ଭଗବାନ ନାୟକ ଆଜି ନୂଆଦିଲ୍ଲୀରେ ଥିବା ଆଡଭୋକେଟ୍ ଅନ୍ ରେକର୍ଡ ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖି ପୁଣିଥରେ ସୁପ୍ରିମକୋର୍ଟରେ ଏକ ସୁଟ୍ ଫାଇଲ କରିବାକୁ କହିଛନ୍ତି। ଏହାସହିତ ଏକ ଓକିଲାତିନାମା ମଧ୍ୟ ପଠାଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଂଚଳରେ ନିର୍ବାଚନ କରୁଥିବାରୁ ସୁପ୍ରିମକୋର୍ଟରେ ଆବେଦନ କରି ଏହି ନିର୍ବାଚନ ଉପରେ ରହିତାଦେଶ ଜାରି ଆଦେଶ ଆଣିବାକୁ ପଦକ୍ଷେପ ନେବାକୁ ଆଇନ ବିଭାଗ କହିଛି।

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରନ୍ତୁ: ତାରା

କୋରାପୁଟ ଜିଲ୍ଲାର ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ହସ୍ତକ୍ଷେପ କରନ୍ତୁ ଓ ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ଉଚିତ୍ ବୋଲି କହିଛନ୍ତି। ବାରମ୍ବାର ଅବୈଧ ପ୍ରବେଶ କରି ଆନ୍ଧ୍ର ସରକାର ସେଠାରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ଆନ୍ଧ୍ରପଟୁ ଅନୁପ୍ରବେଶ କରୁଥିବା ଲୋକଙ୍କୁ ଗିରଫ କରାଯାଉ ବୋଲି ଶ୍ରୀ ବାହିନୀପତି ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ୩ମାସ ପୂର୍ବରୁ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରାଇଥିଲେ। ଯାହାକୁ ନେଇ ରାଜ୍ୟରେ ହଟଚମଟ ହେବା ସହ ବିଭିନ୍ନ ରାଜନୀତିକ ଦଳ ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଂଚ କରିଥିଲା। ଏପରିକି ଏହି ମାମଲାରେ ରାଜ୍ୟ ସରକାର ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅପିଲ୍ କରିଥିଲେ। ମାତ୍ର ଓଡ଼ିଶା ସରକାର ଆବଶ୍ୟକ ଦସ୍ତାବିଜ ଦେଇପାରିନଥିବାରୁ ଏହି ମାମଲାରେ ଓଡ଼ିଶାକୁ ଆଶ୍ୱସ୍ତି ମିଳିପାରିନାହିଁ ଓ ଏବେ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି।

Related story