ଆମ କଥା ଶୁଣିଲେନି, ଫିକ୍ସିଂ ଯୋଗୁ ଫସିଗଲା ଦଳ

Ordigital Desk
  • Published: Friday, 02 March 2018
  • , Updated: 02 March 2018, 08:05 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): &ldquo;ଅନୁଚିତ୍&zwnj; ପ୍ରାର୍ଥୀଙ୍କ ଯୋଗୁଁ କଂଗ୍ରେସ ବିଜେପୁରରେ ବରାଜୟ ବରଣ କରିଛି। ପ୍ରଣୟଙ୍କ ସ୍ଥାନରେ ରିପୁନାଥଙ୍କୁ ନିର୍ବାଚନ ଲଢିବାକୁ ଦିଆଯାଇଥିଲେ ହୁଏତ ସ୍ଥିତି ଅଲଗା ହୋଇଥାନ୍ତା। ଫିକ୍ସିଂ ଯୋଗୁ ଆଜି ଦଳ ଫଶିଗଲା ।&rdquo; ଏମିତି କିଛି ଚାଞ୍ଚଲ୍ୟକର ବୟାନ୍&zwnj; ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ। ଓଟିଭିକୁ ସାକ୍ଷାତକାର ଦେଇ ଏହି କଥା କହିଛନ୍ତି ହେମାନନ୍ଦ।</p> <p>ବାସ୍ତବରେ AICC ସ୍ତରରେ ଦିଆଯାଇଥିବା ରିପୋର୍ଟକୁ ଅଦଳବଦଳ କରାଯାଇଛି। ୭କୁ ୧୭ କରିବା କଳାରେ ରିପୋର୍ଟ ପରିବର୍ତ୍ତନ ପରେ ସ୍ଥିତି ଏମିତି ହୋଇଛି। ସେ କହିଛନ୍ତି ଯେ, &ldquo; ମୁଁ ନିଜେ ପ୍ରାର୍ଥୀ ଚୟନ କମିଟିର ଅଧ୍ୟକ୍ଷ ଥିଲି। ପ୍ରଥମେ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରାଯିବା ଲାଗି ବ୍ୟବସ୍ଥା ହୋଇଥିଲା। ଯାହାକୁ ନେଇ ଏକାଧିକ ଥର ତର୍ଜମା କରାଯାଇଥିଲା। ହେଲେ ପାରିପାର୍ଶ୍ୱିକ ସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କ ନାମ ପରିବର୍ତ୍ତନ କରି ଆମେ ରିପୁନାଥଙ୍କ ନାଁ ସୁପାରିସ୍&zwnj; କଲୁ। ହେଲେ କେତେକ ବଡ଼ବଡିଆ ଦିଲ୍ଲୀସ୍ତରରରେ ହାତ ଥିବା ନେତା ସବୁ ପରିବର୍ତ୍ତନ କରି ପୁଣିଥରେ ପ୍ରଣୟଙ୍କ ନାଁ ଦେଇଦେଲେ। ଯାହାର ପରିମାଣ ଆପଣଙ୍କ ଆଗରେ ରହିଛି।&rdquo;</p> <p>ହେମାନନ୍ଦ ନିଜ ବିବୃତ୍ତି ଦେବା ସମୟରେ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟଙ୍କ ପାଇଁ ସେ ମନରେ କୌଣସି ହୀନ ଭାବନା ରଖି ନ ଥିଲେ । ଏପରିକି ସେ ପ୍ରଣୟଙ୍କ ନାମାଙ୍କନ ପତ୍ର ଦାଖଲ ଦିନ ସେଠାରେ ଉପସ୍ଥିତ ଥିଲେ। ଏପରିକି ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ମୁଖ୍ୟ ଦାବିଦାର ଥିବା ରିପୁନାଥ ମଧ୍ୟ ଏହିଦିନ ଉପସ୍ଥିତ ଥିଲେ। ଏପରିକି ସେ ନିଜେ ମଧ୍ୟ ପ୍ରଣୟଙ୍କୁ ଜିତାଇବା ଲାଗି ପ୍ରାଣପଣେ ଉଦ୍ୟମ କରି ନିର୍ବାଚନ ପ୍ରଚାର କରିଛନ୍ତି।</p> <p>ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଉଠାଇ ହେମାନନ୍ଦ ବିଜେପୁର ଓ ଗତ ପଞ୍ଚାୟତ ନିର୍ବାଚନ କଥା ଉଠାଇଥିଲେ। ଦୁଇ ନିର୍ବାଚନର ତୁଳନାତ୍ମକ ଚିତ୍ର ମଧ୍ୟ ଦେଇଛନ୍ତି ବିଶ୍ୱାଳ। ପୁରୁଣା ସଦସ୍ୟଙ୍କୁ ଅଣଦେଖା କରାଯାଉଥିବା ବେଳେ ଫିକ୍ସିଂ କଥା ଉଠାଇଛନ୍ତି ସେ । ପଞ୍ଚାୟତ ନିର୍ବାଚନ ବଳେ କଂଗ୍ରେସ-ବିଜେପି ଓ ବିଜେପୁର ନିର୍ବାଚନ ବେଳେ କଂଗ୍ରେସ-ବିଜେଡି ମଧ୍ୟ ଫିକ୍ସିଂ ହୋଇଥିଲା। ଯାହାର ପରିଣାମ ସ୍ୱରୂପ କଂଗ୍ରେସ ଅମାନତ ହରାଇଲା ବୋଲି କହି ସେ ନୂଆ ବିବାଦ ଠିଆ କରିଛନ୍ତି।</p>

Related story