ବଳଦ ପାଇଁ ସଡ଼ୁକୁ ପିଟି ପିଟି ମାରିଦେଲା ସଡ଼ୁ

ମୟୂରଭଞ୍ଜ:(ଓଡ଼ିଶା ରିପୋର୍ଟର) ବୃଦ୍ଧଙ୍କୁ ପିଟି ପିଟି ହତ୍ୟା  କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅସୁରଖାଲ ହାଟରେ ଏହି ଅଭାବନୀୟ ଘଟଣା ଘଟିଛି। ରବୀନ୍ଦ୍ରନାଥ ନାୟକଙ୍କୁ ତାଙ୍କ ସଡ଼ୁ କାର୍ତ୍ତିକ ନାୟକ ପିଟି ପିଟି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ରବୀନ୍ଦ୍ର ତାଙ୍କ ସଡ଼ୁ କାର୍ତ୍ତିକଙ୍କଠାରୁ ଏକ ବଳଦ ଆଣିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା। ତେବେ ଗତକାଲି ସନ୍ଧ୍ୟାରେ ରବୀନ୍ଦ୍ର ଅସୁରଖାଲ ହାଟକୁ ଯାଇଥିବା ବେଳେ ସେଠାରେ […]

bvc-1

bvc-1

Tapas Behera
  • Published: Sunday, 18 October 2020
  • Updated: 18 October 2020, 04:28 PM IST

Sports

Latest News

ମୟୂରଭଞ୍ଜ:(ଓଡ଼ିଶା ରିପୋର୍ଟର) ବୃଦ୍ଧଙ୍କୁ ପିଟି ପିଟି ହତ୍ୟା  କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅସୁରଖାଲ ହାଟରେ ଏହି ଅଭାବନୀୟ ଘଟଣା ଘଟିଛି। ରବୀନ୍ଦ୍ରନାଥ ନାୟକଙ୍କୁ ତାଙ୍କ ସଡ଼ୁ କାର୍ତ୍ତିକ ନାୟକ ପିଟି ପିଟି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ରବୀନ୍ଦ୍ର ତାଙ୍କ ସଡ଼ୁ କାର୍ତ୍ତିକଙ୍କଠାରୁ ଏକ ବଳଦ ଆଣିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା। ତେବେ ଗତକାଲି ସନ୍ଧ୍ୟାରେ ରବୀନ୍ଦ୍ର ଅସୁରଖାଲ ହାଟକୁ ଯାଇଥିବା ବେଳେ ସେଠାରେ କାର୍ତ୍ତିକ ପାଟିତୁଣ୍ଡ କରିବା ସହ ରବୀନ୍ଦ୍ରଙ୍କୁ ବାଡ଼େଇ ବାଡେଇ ଗୁରୁତର କରିଦେଥିଲା। ଏହାପରେ ଡାକ୍ତରଖାନାରେ ରବୀନ୍ଦ୍ରଙ୍କର ମୃତ୍ୟୁ ହୋଇଛି।

ସେହିପରି ଅନ୍ୟ ଏକ ହତ୍ୟକାଣ୍ଡ ଘଟିଛି ଖୋର୍ଦ୍ଧା ଅଲାଇଜିହ ଛକରେ। ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଜଣେ ଆଉ ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅଶୋକ କୁମାର ପାଢୀ। ତାଙ୍କୁ ଶେଷଦେବ ଜେନା ନାମଜ ଜଣେ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos