ମହାନଦୀରେ ଭାସିଗଲେ ହାତୀପଲ

ଆଠଗଡ଼(ଓଡ଼ିଶା ରିପୋର୍ଟର): ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀର ପ୍ରଖର ସୁଅରେ ହାତୀ ପଲ ଭାସି ଯାଇଛନ୍ତି। ଏମାନେ ପ୍ରତିଦିନ ଏହି ବାଟରେ ନଦୀ ପାର ହୋଇ ଯାଇଥାନ୍ତି। ହାତୀପଲରେ ପ୍ରାୟ ୨୦ଟି ହାତୀ ଥିଲେ। ସେଥିରୁ ୫ଟି ଭାସି ଯାଇଛନ୍ତି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଉଦ୍ଧାର ଲାଗି ଚେଷ୍ଟା କରୁଛନ୍ତି। ଆଠଗଡ଼ ରେଞ୍ଜର ରବୀନ୍ଦ୍ର ନାଥ ନାୟକ କହିଛନ୍ତି,“ବନ୍ୟାପାଣି ଯୋଗୁ ନଦୀରେ ସୁଅ ଚାଲିଛି। ଏହି ପ୍ରଖର ସ୍ରୋତରେ ହାତୀ ପଲ […]

elephant

Tapaswini Nayak
  • Published: Monday, 15 October 2018
  • , Updated: 15 October 2018, 11:51 AM IST

ଆଠଗଡ଼(ଓଡ଼ିଶା ରିପୋର୍ଟର): ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀର ପ୍ରଖର ସୁଅରେ ହାତୀ ପଲ ଭାସି ଯାଇଛନ୍ତି। ଏମାନେ ପ୍ରତିଦିନ ଏହି ବାଟରେ ନଦୀ ପାର ହୋଇ ଯାଇଥାନ୍ତି।

ହାତୀପଲରେ ପ୍ରାୟ ୨୦ଟି ହାତୀ ଥିଲେ। ସେଥିରୁ ୫ଟି ଭାସି ଯାଇଛନ୍ତି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଉଦ୍ଧାର ଲାଗି ଚେଷ୍ଟା କରୁଛନ୍ତି।

ଆଠଗଡ଼ ରେଞ୍ଜର ରବୀନ୍ଦ୍ର ନାଥ ନାୟକ କହିଛନ୍ତି,“ବନ୍ୟାପାଣି ଯୋଗୁ ନଦୀରେ ସୁଅ ଚାଲିଛି। ଏହି ପ୍ରଖର ସ୍ରୋତରେ ହାତୀ ପଲ ଭାସିଯାଇଛନ୍ତି।”

Related story