ଏଣିକି ବିବାହ ଉତ୍ସବରେ ପ୍ରୋସେସନକୁ ମିଳିଲା ଅନୁମତି, ସର୍ତ୍ତ ଲାଗୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କ ପ୍ରୋସେସନ୍ ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏଣିକି ବର ଯିବାବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ ଯାଇପାରିବେ। ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ହେବ ଓ ସମସ୍ତ ପ୍ରକାରର କୋଭିଡ୍ ନିୟମାବଳୀ ମାନିବାକୁ ପଡ଼ିବ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଏନେଇ ସମସ୍ତ ଜିଲ୍ଲାପାଳ, ଏସପି, ମ୍ୟୁନିସପାଲ କମିଶନର ଓ ପୁଲିସ କମିଶନରଙ୍କୁ ଚିଠି […]

hnm

Tapas Behera
  • Published: Tuesday, 12 January 2021
  • , Updated: 12 January 2021, 04:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କ ପ୍ରୋସେସନ୍ ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏଣିକି ବର ଯିବାବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ ଯାଇପାରିବେ। ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ହେବ ଓ ସମସ୍ତ ପ୍ରକାରର କୋଭିଡ୍ ନିୟମାବଳୀ ମାନିବାକୁ ପଡ଼ିବ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଏନେଇ ସମସ୍ତ ଜିଲ୍ଲାପାଳ, ଏସପି, ମ୍ୟୁନିସପାଲ କମିଶନର ଓ ପୁଲିସ କମିଶନରଙ୍କୁ ଚିଠି ଲେଖି ବିବାହ ଓ ଅନ୍ତେଷ୍ଟି ଶୋଭାଯାତ୍ରା ପାଇଁ ସାନି ଗାଇଡଲାଇନ୍ ଜାରି କରିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ବିବାହ ଶୋଭାଯାତ୍ରା ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ବର, କନ୍ୟା, ବରଯାତ୍ରୀ, ପୂଜକ, ବନ୍ଧୁବାନ୍ଧବ,ସାଙ୍ଗସାଥୀ, ବ୍ୟାଣ୍ଡ ପାର୍ଟି ସଦସ୍ୟ, ଲାଇଟ୍ ଓ ସାଉଣ୍ଡ ସଦସ୍ୟଙ୍କୁ ମିଶାଇ ଏହି ସଂଖ୍ୟା ସର୍ବାଧିକ ୨୦୦ ରହିବ ବୋଲି କହିଛନ୍ତି। ସେହିପରି ଅନ୍ତେଷ୍ଟି କ୍ରିୟା ବା ଅନ୍ତିମ ସଂସ୍କାର ସମୟରେ ସର୍ବାଧିକ ୧୦୦ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ। ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ। କୌଣସି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦% ଏବଂ ଖୋଲା ସ୍ଥାନରେ ପଡ଼ିଆର ଆକାର ହିସାବରେ ଲୋକଙ୍କୁ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ଜୁଲାଇ ୬ତାରିଖରେ ବିବାହ ଶୋଭାଯାତ୍ରା ଉପରେ କଟକଣା ଜାରି କରିଥିଲେ। ମାତ୍ର ଡିସେମ୍ବର ୩୦ତାରିଖରେ ଜାରି ନିର୍ଦ୍ଦେଶନାମାରେ ବିବାହ ଉତ୍ସବରେ ସର୍ବାଧିକ ୨୦୦ଲୋକଙ୍କ ସମାବେଶ ହୋଇପାରିବ ବୋଲି ଅନୁମତି ଦେଇଥିଲେ।

Related story