ଏହି ୧୩ଟି ଜିଲ୍ଲା ପାଇଁ ସତର୍କ ସୂଚନା: ଝଡ଼ତୋଫାନ ସହ ପ୍ରବଳ ବର୍ଷିବ, ବଜ୍ରପାତ ଆଶଙ୍କା ବି ଅଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୁସିଆର କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଦିନସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଆହୁରି ଅନେକ ସ୍ଥାନରେ ଭଲ ବର୍ଷା ହୋଇଛି। ଏହାସହିତ ଆଜି ପାଣିପାଗ ବିଭାଗ ସତର୍କ କରେଇ ଦେଇଛି ଯେ, ଆଜି ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟର ୧୩ଟି ଜିଲ୍ଲାରେ ବର୍ଷା, ଝଡ଼ତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ୧୩ଟି ଜିଲ୍ଲା ହେଲା- […]

rain

rain

Rakesh Mallick
  • Published: Thursday, 12 July 2018
  • Updated: 12 July 2018, 09:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୁସିଆର କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଦିନସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଆହୁରି ଅନେକ ସ୍ଥାନରେ ଭଲ ବର୍ଷା ହୋଇଛି। ଏହାସହିତ ଆଜି ପାଣିପାଗ ବିଭାଗ ସତର୍କ କରେଇ ଦେଇଛି ଯେ, ଆଜି ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟର ୧୩ଟି ଜିଲ୍ଲାରେ ବର୍ଷା, ଝଡ଼ତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ୧୩ଟି ଜିଲ୍ଲା ହେଲା- ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ୱର, କନ୍ଧମାଳ, ଦେବଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ମୟୂରଭଂଜ, ଯାଜପୁର ଓ କଟକ। ଏସବୁ ଜିଲ୍ଲାର ଲୋକଙ୍କୁ ରାତି ୮ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ କରାଯାଇଛି।

୧୩ ଓ ୧୯ରେ ହୋଇପାରେ ଦୁଇଟି ଲଘୁଚାପ

ଜୁଲାଇ ୧୩ ଓ ୧୯ରେ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପକୂଳରେ ଲଘୁଚାପ ଘନୀଭୂତ ହେବା ଫଳରେ ଆସନ୍ତା ଜୁଲାଇ ୧୩ ତାରିଖରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏକ ସପ୍ତାହ ମଧ୍ୟରେ ଆଉ ଏକ ଲଘୁଚାପ ମଧ୍ୟ ଘନୀଭୂତ ହେବାର ସମ୍ଭାବନା ରହିଛି। ଏପରି ସୂଚନା ‘ଶିକ୍ଷା ଓ ଅନୁସନ୍ଧାନ’ର ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ଦିଆଯାଇଛି।

୧୩ରେ ହେବାକୁ ଥିବା ଲଘୁଚାପ ଯୋଗୁ ଶନିବାରଠାରୁ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ମଧ୍ୟମ ଧରଣର ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଜୁଲାଇ ୧୮ ତାରିଖ ଯାଏ ବର୍ଷା ହେଲେ ମଧ୍ୟ ଏହାର ପରିମାଣ ସେତେ ମାତ୍ରାରେ ରହିବ ନାହିଁ ବୋଲି ସେ କହିଛନ୍ତି।

ସେହିପରି ଜୁଲାଇ ୧୯ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅନ୍ୟ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଅନେକ ସ୍ଥାନରେ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷଣ ଓଡ଼ିଶାରେ ମଧ୍ୟ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଡ. ସାହୁ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos