ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ହାଇକୋର୍ଟରେ ହେବ କୁନ୍ଦୁଲି ମାମଲାର ବିଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାରେ ସିବିଆଇ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାର ବିଚାର ହାଇକୋର୍ଟରେ କରିବା ଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ପୀଡ଼ିତାଙ୍କ ଭାଇ ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାୟର କରିଥିଲେ। ତେବେ ଆଜି  ସୁପ୍ରିମକୋର୍ଟ ଏହାକୁ ଓଡ଼ିଶା ହାଇକୋର୍ଟକୁ ପଠାଇ ଦେଇଛନ୍ତି। ହାଇକୋର୍ଟରେ ସମାନ ଯୁକ୍ତିରେ ଅନ୍ୟ ୪ଟି ମାମଲା ବିଚାରାଧୀନ […]

supreme-court-photo-h-c-tiwariji_7c3b346a-17bd-11e7-9d7a-cd3db232b835

Rakesh Mallick
  • Published: Friday, 16 February 2018
  • , Updated: 16 February 2018, 09:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାରେ ସିବିଆଇ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାର ବିଚାର ହାଇକୋର୍ଟରେ କରିବା ଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ପୀଡ଼ିତାଙ୍କ ଭାଇ ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାୟର କରିଥିଲେ। ତେବେ ଆଜି  ସୁପ୍ରିମକୋର୍ଟ ଏହାକୁ ଓଡ଼ିଶା ହାଇକୋର୍ଟକୁ ପଠାଇ ଦେଇଛନ୍ତି। ହାଇକୋର୍ଟରେ ସମାନ ଯୁକ୍ତିରେ ଅନ୍ୟ ୪ଟି ମାମଲା ବିଚାରାଧୀନ ଥିବାରୁ ଆବେଦନକାରୀଙ୍କୁ  ହାଇକୋର୍ଟରେ ସମାନ ଯୁକ୍ତି ଉପସ୍ଥାପନ କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ହାଇକୋର୍ଟରେ ଥିବା ୪ଟି ମାମଲା ସହ ଏହି ମାମଲାର ମଧ୍ୟ ଶୁଣାଣି ହେବ।   ଏନେଇ ଆବେଦନକାରୀଙ୍କ ଓକିଲ ସାର୍ଥକ ନାୟକ ସୂଚନା ଦେଇଛନ୍ତି।  ତେବେ ହାଇକୋର୍ଟରେ ନ୍ୟାୟ ନ ମିଳିଲେ ଆମେ ପୁଣି ସୁପ୍ରିମକୋର୍ଟ ଯିବୁ ବୋଲି ସେ  କହିଛନ୍ତି।

https://www.youtube.com/watch?v=tqlqZvCLb8A

Related story