ଘରୋଇ ସ୍କୁଲ ଫି ମାମଲାରେ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ଘରୋଇ ସ୍କୁଲରେ ଫି ହ୍ରାସ ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତେବେ କମିଟି ରିପୋର୍ଟ ଗ୍ରହଣ କରିବା ନେଇ ଯଦି କାହାର ଆପତ୍ତି ଥିବ, ତା ହେଲେ ସାନି ରିଟ୍ ଦାଖଲ ପାଇଁ କୋର୍ଟ କହିଛନ୍ତି । ପୂର୍ବରୁ ଘରୋଇ ସ୍କୁଲର ଫି ନିର୍ଦ୍ଧାରଣ ଲାଗି ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ […]

Orissa High Court

Niharika Rout
  • Published: Thursday, 07 January 2021
  • , Updated: 07 January 2021, 02:30 PM IST

କଟକ(ଓଡ଼ିଶା ରିପୋର୍ଟର): ଘରୋଇ ସ୍କୁଲରେ ଫି ହ୍ରାସ ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତେବେ କମିଟି ରିପୋର୍ଟ ଗ୍ରହଣ କରିବା ନେଇ ଯଦି କାହାର ଆପତ୍ତି ଥିବ, ତା ହେଲେ ସାନି ରିଟ୍ ଦାଖଲ ପାଇଁ କୋର୍ଟ କହିଛନ୍ତି ।

ପୂର୍ବରୁ ଘରୋଇ ସ୍କୁଲର ଫି ନିର୍ଦ୍ଧାରଣ ଲାଗି ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସୁପାରିଶ କରିଥିଲା । କମିଟି ରିପୋର୍ଟରେ, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ କରାଯାଇନଥିଲା । ତେବେ ୬ରୁ ୧୨ ହଜାର ଟଙ୍କା ଯାଏ ଫିରେ ୭.୫ ପ୍ରତିଶତ, ୧୨ରୁ ୨୪ ହଜାର ଯାଏ ୧୨ପ୍ରତିଶତ, ୨୪ରୁ ୪୮ ହଜାର ଯାଏ ୧୫ ପ୍ରତିଶତ, ୪୮ରୁ ୭୨ ହଜାର ଯାଏ ଫିରେ ୨୦ ପ୍ରତିଶତ ଛାଡ କରାଯିବାକୁ ସୁପାରିଶ କରିଥିଲା କମିଟି ।

ସେହିପରି ୭୨ ହଜାରରୁ ୧ ଲକ୍ଷ ଟଙ୍କା ଫିରେ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ପାଇଁ ୨୬ ପ୍ରତିଶତ ଛାଡ଼ କରିବାକୁ କମିଟି ରିପୋର୍ଟ ଦେଇଥିଲା । ସେହିପରି ରେସିଡେନ୍ସିଆଲ ସ୍କୁଲଗୁଡିକର ଫି ୩୦% ହ୍ରାସ ପାଇଁ କମିଟି ସୁପାରିଶ କରିଥିଲା।

ସୂଚନାଯୋଗ୍ୟ,ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଠିକ ନାହିଁ। ଏସବୁ କାରଣରୁ ଘରୋଇ ସ୍କୁଲ୍‌ ଗୁଡ଼ିକର ଫି’ ବୃଦ୍ଧି ପ୍ରସଙ୍ଗରେ ସରକାର, ଅଭିଭାବକ ସଂଘ, ଘରୋଇ ସ୍କୁଲ ଓ ଶିକ୍ଷକ ସଂଘର ମିଳିତ ବୈଠକର ସହମତି ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି କୋର୍ଟଙ୍କୁ ଜଣାଇଥିଲେ ରାଜ୍ୟ ସରକାର।  ହେଲେ ଏହାପରେ ନିଜେ ହାତ ଟେକିଦେଇ ଅଦାଲତ ଭରସାରେ ସବୁ କିଛି ଛାଡ଼ିଦେଇଥିଲେ ରାଜ୍ୟ ସରକାର। କେତେ ପରିମାଣର ଫି’ ବୃଦ୍ଧି କରାଯିବ ସେନେଇ ଓଡ଼ିଶା ଏଜୁକେସନ ଆକ୍ଟରେ କୌଣସି ବ୍ୟବସ୍ଥା ନାହିଁ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ।  

ଏହାପରେ ଏହି ମାମଲାର ଆପୋସ ସମାଧାନ ପାଇଁ ପୂର୍ବରୁ ହାଇକୋର୍ଟ ପରାମର୍ଶ ଦେଇଥିଲେ। ଏଥିପାଇଁ ଗଣ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରିବା ପାଇଁ କୋର୍ଟ କହିଥିଲେ। ଏହି ବୈଠକରେ ଅଭିଭାବକ ମହାସଂଘ, ଶିକ୍ଷକ ସଂଘ ଓ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା। ଆଜି ଏହି କମିଟି ଆଧାରରେ ଶୁଣାଣି କରିଛନ୍ତି ହାଇକୋର୍ଟ।

Related story