ସ୍ଥାୟୀ ନିଯୁକ୍ତି ପାଇଲେ ଦୁଇ ହାଇକୋର୍ଟ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ଦୁଇଜଣ ଅତିରିକ୍ତ ବିଚାରପତି ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଏହି ଦୁଇଜଣ ବିଚାରପତି ହେଲେ ଜଷ୍ଟିସ ବିଶ୍ୱନାଥ ରଥ ଓ ଜଷ୍ଟିସ ସଙ୍ଗମ କୁମାର ସାହୁ। ଆସନ୍ତାକାଲି ଉଭୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟଙ୍କ ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଘୋଷଣା ନାମା ହାଇକୋର୍ଟଙ୍କ ହସ୍ତଗତ ହୋଇଛି।

୨୦୧୪ ଜୁଲାଇ ୨ ତାରିଖରେ ଉଭୟଙ୍କୁ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଦୁଇବର୍ଷର କାର୍ଯ୍ୟକାଳ ପୂରଣ ହେବା ପୁର୍ବରୁ ରାଷ୍ଟ୍ରପତି ସେମାନଙ୍କ ସ୍ଥାୟୀ ନିଯୁକ୍ତିକୁ ସ୍ୱୀକୃତି ମିଳିଛି।