ଟ୍ରେନ୍ ଲାଇନ୍‌ରେ ଡ୍ରାମା: ମୋତେ ବାହା ହୁଅ, ନହେଲେ ମରିଯିବି...

ସୋର (ନିରଞ୍ଜନ ବେହେରା): ଆତ୍ମହତ୍ୟା କରିବାକୁ ଟ୍ରେନ୍‌ ଲାଇନ୍‌ରେ ଶୋଇଥିଲେ ଜଣେ ଯୁବତୀ। ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ଜଣେ ଯୁବକ। ଟ୍ରେନ୍‌ ଲାଇନ୍‌ରୁ ଉଠିବା ପରିବର୍ତ୍ତେ ଅଜବ ସର୍ତ୍ତ ରଖିଥିଲେ ଯୁବତୀ। ଆଉ କହିଥିଲେ- ତୁମେ ମୋତେ ବାହାହୁଅ, ନହେଲେ ଟ୍ରେନ୍‌ ଲାଇନରେ ମରିବାକୁ ଛାଡ଼ି ଦିଅ। ଏପରି ହାଇଡ୍ରାମା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ପୂରା ଘଟଣାଟି ଏମିତି। ଗତ ୭ ତାରିଖରେ ପାରିବାରିକ ପାଳକରୁ ପାଖର ପଞ୍ଚାୟତ ମୁକ୍ତେଶ୍ୱରପୁର ଗାଁର ତପସ୍ୱୀନି […]

soro

Manoranjan Sial
  • Published: Saturday, 17 April 2021
  • , Updated: 17 April 2021, 05:04 PM IST

ସୋର (ନିରଞ୍ଜନ ବେହେରା): ଆତ୍ମହତ୍ୟା କରିବାକୁ ଟ୍ରେନ୍‌ ଲାଇନ୍‌ରେ ଶୋଇଥିଲେ ଜଣେ ଯୁବତୀ। ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ଜଣେ ଯୁବକ। ଟ୍ରେନ୍‌ ଲାଇନ୍‌ରୁ ଉଠିବା ପରିବର୍ତ୍ତେ ଅଜବ ସର୍ତ୍ତ ରଖିଥିଲେ ଯୁବତୀ। ଆଉ କହିଥିଲେ- ତୁମେ ମୋତେ ବାହାହୁଅ, ନହେଲେ ଟ୍ରେନ୍‌ ଲାଇନରେ ମରିବାକୁ ଛାଡ଼ି ଦିଅ। ଏପରି ହାଇଡ୍ରାମା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ।

ପୂରା ଘଟଣାଟି ଏମିତି। ଗତ ୭ ତାରିଖରେ ପାରିବାରିକ ପାଳକରୁ ପାଖର ପଞ୍ଚାୟତ ମୁକ୍ତେଶ୍ୱରପୁର ଗାଁର ତପସ୍ୱୀନି ଦାଶ ଟ୍ରେନ୍‌ ଲାଇନ୍‌ରେ ଆତ୍ମହତ୍ୟା କରିବାକୁ ଆସିଥିଲେ। ସେ ମୂଳସିଂହ ଲେଭେଲ୍‌କ୍ରିଂ ନିକଟରେ ଟ୍ରେନ୍‌ ଲାଇନ୍‌ରେ ଶୋଇଥିଲେ। ସେହି ରାସ୍ତା ଦେଇ ଯାଉଥିଲେ କେଦାରପୁର ଗାଁର ପୁରୁଷୋତ୍ତମ ସେଠୀ ତାଙ୍କୁ ଦେଖିଥିଲେ। ଟ୍ରେନ୍‌ ଲାଇନ୍‌ରେ ତପସ୍ୱୀନି ଶୋଇଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର ସେ ଟ୍ରେନ୍‌ ଲାଇନ୍‌ରୁ ଉଠିନଥିଲେ। ବିବାହର ପ୍ରତିଶ୍ରୁତି ଦେଲେ ଟ୍ରେନ୍‌ ଲାଇନ୍‌ରୁ ଉଠିବି ବୋଲି ପୁରୁଷୋତ୍ତମଙ୍କୁ ରୋକ୍‌ଠୋକ୍‌ କହିଥିଲେ ତପସ୍ୱୀନି।

ଆଖି ଆଗରେ ଯୁବତୀଙ୍କ ମୃତ୍ୟୁ ଆଶଙ୍କା ଦେଖି ଅଡୁଆରେ ପଡ଼ି ଯାଇଥିଲେ ପୁରୁଷୋତ୍ତମ। କିଛି ଉପାୟ ନପାଇ ତପସ୍ୱୀନିଙ୍କ ପ୍ରସ୍ତାବରେ ରାଜି ହୋଇ ନିଜ ଘରକୁ ନେଇ ଆସିଥିଲେ ପୁରୁଷୋତ୍ତମ। ଏହା ପରେ ପରିବାର ଲୋକେ ତପସ୍ୱୀନିଙ୍କ ଘରକୁ ଖବର ଦେଇଥିଲେ। ଖବର ପାଇ ତପସ୍ୱୀନିଙ୍କ ପରିବାର ଲୋକେ ଆସି ତାଙ୍କୁ ମାଡ଼ ମାରି ନିଜ ଘରକୁ ନେଇ ଯାଇଥିଲେ।

[caption id="attachment_636443" align="aligncenter" width="650"] ଟ୍ରେନ୍‌ ଲାଇନ୍‌ରୁ ଉଦ୍ଧାର ଯୁବତୀଙ୍କୁ ବାହା ହେଉଛନ୍ତି ଯୁବକ[/caption]

କିଛି ସମୟ ପରେ ତପସ୍ୱୀନି ପୁଣି ଥରେ ପୁରୁଷୋତ୍ତମଙ୍କ ଘରକୁ ପଳାଇ ଆସିଥିଲେ। ଆଉ ବାହା ହେବା ପାଇଁ ଅଡି ବସିଥିଲେ। ଶେଷରେ ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ପୁରୁଷୋତ୍ତମଙ୍କ ପରିବାର ଲୋକେ। ଗତ ୮ ତାରିଖରେ ବହୁ ଆଡମ୍ୱରେ ସୋର ମୁକ୍ତେଶ୍ୱର ମନ୍ଦିରରେ ହୋଇଛି ବାହାଘର। ଆଉ ତପସ୍ୱୀନିଙ୍କ ବେକରେ ବରଣାମାଳ ପକାଇଛନ୍ତି ପୁରୁଷୋତ୍ତମ। ବିବାହର ପବିତ୍ର ବନ୍ଧନରେ ଆବଦ୍ଧ ହେଲେ ତପସ୍ୱୀନି ଓ ପୁରୁଷୋତ୍ତମ। ବାହାଘର ପରେ ଏବେ ଶାଶୂ ଘର କେଦାରପୁରରେ ରହୁଛନ୍ତି ତପସ୍ୱୀନି।

Related story