୬୯୨୩ କୋଟିର ୩ ପ୍ରକଳ୍ପକୁ ହାଇଲେଭଲ୍ କ୍ଲିଅରାନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୬୯୨୩.୨୬ କୋଟି ଟଙ୍କାର ୩ଟି ପ୍ରକଳ୍ପକୁ ଓଡ଼ିଶା ସରକାର ଆଜି ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୪୬୩୮ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏଥିରେ ତ୍ରିବେଣୀ ଆର୍ଥମୁଭର୍ସ ପ୍ରାଃ ଲିଃ କମ୍ପାନୀର ୨ଟି ପ୍ରକଳ୍ପ ଓ ଓଡ଼ିଶା ମେଟାଲିକ୍ସ ପ୍ରାଃର ଗୋଟିଏ ପ୍ରକଳ୍ପ ସାମିଲ ଅଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୨ତମ ରାଜ୍ୟସ୍ତରୀୟ ହାଇଲେଭଲ୍ କ୍ଲିଅରାନ୍ସ ଅଥରିଟି ବୈଠକରେ […]

naveen-2

Manoranjan Sial
  • Published: Saturday, 29 February 2020
  • , Updated: 29 February 2020, 08:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୬୯୨୩.୨୬ କୋଟି ଟଙ୍କାର ୩ଟି ପ୍ରକଳ୍ପକୁ ଓଡ଼ିଶା ସରକାର ଆଜି ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୪୬୩୮ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏଥିରେ ତ୍ରିବେଣୀ ଆର୍ଥମୁଭର୍ସ ପ୍ରାଃ ଲିଃ କମ୍ପାନୀର ୨ଟି ପ୍ରକଳ୍ପ ଓ ଓଡ଼ିଶା ମେଟାଲିକ୍ସ ପ୍ରାଃର ଗୋଟିଏ ପ୍ରକଳ୍ପ ସାମିଲ ଅଛି।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୨ତମ ରାଜ୍ୟସ୍ତରୀୟ ହାଇଲେଭଲ୍ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ୩ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏସବୁ ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବ ମଧ୍ୟରେ କେନ୍ଦୁଝରର ଦେଓଝରଠାରେ ୨ଟି ପର୍ଯ୍ୟାୟରେ ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ବେନିଫିକେସନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ତ୍ରିବେଣୀ ଆର୍ଥମୁଭର୍ସ ପ୍ରାଃ ଲିଃକୁ ଅନୁମତି ମିଳିଛି। କମ୍ପାନୀ ସେଠାରେ ୧୪୨୬.୭୫କୋଟି ଟଙ୍କା ନିବେଶ କରିବ ଓ ୮୮୪ଜଣ ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ତ୍ରିବେଣୀ ଆର୍ଥମୁଭର୍ସ ଦ୍ୱାରା ପାରାଦୀପରେ ୩ଟି ପର୍ଯ୍ୟାୟରେ ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ପେଲେଟ୍ ପ୍ଲାଂଟ ସ୍ଥାପନକୁ ମଧ୍ୟ ଅନୁମୋଦନ ମିଳିଛି। କମ୍ପାନୀ ଏହି ପ୍ରକଳ୍ପରେ ୩୩୯୬.୫୧କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଓ ଅତିରିକ୍ତ ୯୫୪ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ।
ସେହିପରି ଓଡ଼ିଶା ମେଟାଲିକ୍ସ ପ୍ରାଃ ଲିମିଟେଡର କେନ୍ଦୁଝର ଜିଲ୍ଲାରେ ବାର୍ଷିକ ୧.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ଲାଂଟ ଓ କେନ୍ଦୁଝର ଜିଲ୍ଲାରେ ୨୨୫ ମେଗାୱାଟ କ୍ଷମତା ବିଶିଷ୍ଟ ପାୱାର ପ୍ଲାଂଟ୍ ନିର୍ମାଣ କରିବା ପ୍ରସ୍ତାବକୁ ହାଇଲେଭଲ୍ କମିଟି ଅନୁମୋଦନ କରିଛନ୍ତି। କମ୍ପାନୀ ୨୧୦୦କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଓ ପ୍ରାୟ ୨୮୦୦ ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।

Related story