ବିଧାୟକଙ୍କ ଆପାର୍ଟମେଣ୍ଟ ନିର୍ମାଣ ମାମଲା: ଉତ୍ତର ନଦେବା ଯାଏଁ ଗଛକଟା ବନ୍ଦ କଲେ ହାଇକୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ବିଧାୟକଙ୍କ ନିମନ୍ତେ ଆଲିସାନ ଆପାର୍ଟମେଣ୍ଟ ତିଆରି କରିବାକୁ ଚାଲିଛି ଆଖିବୁଜା ଗଛ କଟା। ବର୍ଷ ବର୍ଷର ପୁରୁଣା ଗଛକୁ କାଟି ମାଟିରେ ଗଡ଼ାଇ ଦିଆଯାଉଛି। ପ୍ରବଳ ତାତିରେ ସିଝୁଥିବା ରାଜଧାନୀର ଜଳବାୟୁ ସୁରକ୍ଷା ନିମନ୍ତେ ଅଧିକ ଗଛ ଲଗାଇବା ଆବଶ୍ୟକ ହୋଇଥିବା ବେଳେ ଏଠାରେ ବିକାଶ ନାମରେ ଶହ ଶହ ଗଛ କାଟି ଦିଆଯାଉଛି। ଏହା ସାଧାରଣ ଲୋକଙ୍କୁ ବ୍ୟଥିତ କରିଥିବା ବେଳେ ଏନେଇ ହାଇକୋର୍ଟରେ ରୁଜୁ ହୋଇଛି ମାମଲା। ଆଜି ହାଇକୋର୍ଟରେ ଏହି […]

High Court Of Odisha

Niharika Rout
  • Published: Thursday, 02 June 2022
  • , Updated: 02 June 2022, 01:25 PM IST

କଟକ(ଓଡ଼ିଶା ରିପୋର୍ଟର): ବିଧାୟକଙ୍କ ନିମନ୍ତେ ଆଲିସାନ ଆପାର୍ଟମେଣ୍ଟ ତିଆରି କରିବାକୁ ଚାଲିଛି ଆଖିବୁଜା ଗଛ କଟା। ବର୍ଷ ବର୍ଷର ପୁରୁଣା ଗଛକୁ କାଟି ମାଟିରେ ଗଡ଼ାଇ ଦିଆଯାଉଛି। ପ୍ରବଳ ତାତିରେ ସିଝୁଥିବା ରାଜଧାନୀର ଜଳବାୟୁ ସୁରକ୍ଷା ନିମନ୍ତେ ଅଧିକ ଗଛ ଲଗାଇବା ଆବଶ୍ୟକ ହୋଇଥିବା ବେଳେ ଏଠାରେ ବିକାଶ ନାମରେ ଶହ ଶହ ଗଛ କାଟି ଦିଆଯାଉଛି। ଏହା ସାଧାରଣ ଲୋକଙ୍କୁ ବ୍ୟଥିତ କରିଥିବା ବେଳେ ଏନେଇ ହାଇକୋର୍ଟରେ ରୁଜୁ ହୋଇଛି ମାମଲା।

ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ବିଧାୟକଙ୍କ ନିମନ୍ତେ ଆପାର୍ଟମେଣ୍ଟ ନିର୍ମାଣ, ଏଥିନିମନ୍ତେ ହେଉଥିବା ଗଛକଟା ଓ ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ। ସାଧାରଣ ପ୍ରଶାସନ ବିଭାଗ ସଚିବ ସତ୍ୟପାଠ ଜରିଆରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜୁନ୍ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନଧାର୍ଯ୍ୟ କରିଛନ୍ତି କୋର୍ଟ। ତେବେ ଏହା ମଧ୍ୟରେ ଗଛ ନ କାଟିବାକୁ ହାଇକୋର୍ଟ ସରକାରୀ ଓକିଲଙ୍କୁ ତାଗିଦ କରିଥିବା ବେଳେ ଏପରି ହେବନି ବୋଲି ସମ୍ପୂର୍ଣ୍ଣ ଭରସା ଦେଇଛନ୍ତି ସରକାରୀ ଓକିଲ।

ଆଜି ଶୁଣାଣି ଆରମ୍ଭ ବେଳେ ଗଛ କଟା ନ ହୋଇ କିପରି ଉନ୍ନତିମୂଳକ କାମ ଯଥା ଆପାର୍ଟମେଣ୍ଟ, ମଲ୍ଟିପ୍ଲେକ୍ସ ନିର୍ମାଣ ହୋଇପାରିବ ତାହାର ଯୋଜନା ପ୍ରସ୍ତୁତ କରିବାକୁ ସରକାରୀ ପକ୍ଷଙ୍କୁ ହାଇକୋର୍ଟ କହିଛନ୍ତି। ଏହାର ପ୍ରତ୍ୟୁତ୍ତରରେ ନିୟମ ଅନୁଯାୟୀ ସବୁ ହେଉଥିବା ସରକାରୀ ଓକିଲ କହିଥିବା ବେଳେ ସତ୍ୟପାଠ ଜରିଆରେ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଆଭିଡେଭିଟ ଦାଖଲ ନ ହେବା ପର୍ଯ୍ୟନ୍ତ ଗଛ ନ କାଟିବାକୁ ସରକାରୀ ଓକିଲ ପ୍ରତିଶ୍ରୁତି ଦେଇଥିବା ବେଳେ ଏଥିରେ ଖିଲାପ ହେଲେ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ।

ସୂଚନା ମୁତାବକ, ବିଧାୟକଙ୍କ ରହଣି ନିମନ୍ତେ ଏଠାରେ ଆଲିସାନ ଆପାର୍ଟମେଣ୍ଟ ତିଆରି କରାଯିବ। ଗୋଟିଏ ୧୦ ମହଲା ଓ ଅନ୍ୟ ଗୋଟିଏ ୧୧ ମହଲା। ଯେଉଁଥିରେ ପ୍ରାୟ ୩୦୦ଟି କ୍ୱାର୍ଟର୍ସ ରହିବ। ଏହି କୋଠା ନିର୍ମାଣରେ ପ୍ରାୟ ୨୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଚକାଚକ କୋଠା ନିର୍ମାଣ ନିମନ୍ତେ ସରକାର ଏବେ ରାଜଧାନୀ ଛାତି ଉପରେ ଶହ ଶହ ଗଛ କାଟି ଚାଲିଛନ୍ତି। ଏହି ଆପାର୍ଟମେଣ୍ଟ ଭିତରେ ଅଲିସାନ କ୍ୱାର୍ଟର୍ସ ସାଙ୍ଗକୁ ସୁଇମିଂପୁଲ, ଉଦ୍ୟାନ, ଫୁଟପାଥ, ଜଗିଂ ଟ୍ରାକ୍ ପ୍ରଭୃତି ନିର୍ମାଣ ହେବ।

ପ୍ରବଳ ତାତିରେ ସିଝୁଥିବା ରାଜଧାନୀର ଜଳବାୟୁ ସୁରକ୍ଷା ନିମନ୍ତେ ଅଧିକ ଗଛ ଲଗାଇବା ଆବଶ୍ୟକ ହୋଇପଡ଼ିଥିବା ବେଳେ ଏଠାରେ ବିକାଶ ନାମରେ ଶହ ଶହ ଗଛ କାଟି ଦିଆଯାଉଛି। ଏହି ଗଛଗୁଡ଼ିକ ବେଆଇନ ଭାବେ କଟାଯାଉ ଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗଛ କଟା ହେବା ପୂର୍ବରୁ ଏହାର ନମ୍ବରିଂ କରାଯାଇ କଟାଯିବା କଥା। ଏହାଛଡ଼ା ଗୋଟିଏ ଗଛ କାଟିଲେ, ଏଠାରେ ୩ଟି ଗଛ ଲଗାଇବା ନିମନ୍ତେ ବନ ବିଭାଗ ନିକଟରେ ଟଙ୍କା ଡିପୋଜିଟ କରିବା କଥା। ହେଲେ ଏହା ହୋଇଛି କି ନାହିଁ, ତାହାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ସନ୍ଦିହାନ।

Related story