ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ନିର୍ଦ୍ଦେଶିକା ତଥା ବରିଷ୍ଠ ଓଏଏସ୍ ଅଫିସର ନିବେଦିତା ମିଶ୍ରଙ୍କୁ ରାଜ୍ୟ ସରକାର ଆଜି ବଦଳି କରିଛନ୍ତି । ତେବେ ଶ୍ରୀମତି ମିଶ୍ରଙ୍କ ସ୍ଥାନରେ ସେଠାରେ କାହାରିକୁ ନିଯୁକ୍ତି ମିଳିନଥିବା ଜଣାପଡ଼ିଛି ।
ଆଜି ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ଓଏଏସ୍ ନିବେଦିତା ମିଶ୍ରଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶିକା ପଦରୁ ହଟାଇ ଦିଆଯାଇ ତାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସେହିପରି ବରିଷ୍ଠ ଓଏଏସ୍ ପ୍ରତାପ କୁମାର ମିଶ୍ରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡେପୁଟି ଡିଜି(ପ୍ରଶାସନ) ଭାବେ ବଦଳି ହୋଇଛି । ଶ୍ରୀ ମିଶ୍ର ଏବେ କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଚିବ ବରିଷ୍ଠ ଓଏଏସ୍ ମନୋରଞ୍ଜନ ମଲ୍ଲିକଙ୍କୁ ଇଡକୋ ସିଜିଏମ(ଲ୍ୟାଣ୍ଡ) ଭାବେ ବଦଳି କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗାଡ଼ି ଚୋରିରେ ମାହିର ପତିପତ୍ନୀ; ବାନ୍ଧିଲା ପୁଲିସ୍, ଜବତ ହେଲା ୩୦ ବାଇକ୍
ପ୍ରଥମେ ପତ୍ନୀ ନିଜ ପାଖରେ ଥିବା ମାଷ୍ଟର ଚାବିରେ ଗାଡ଼ିଗୁଡ଼ିକୁ ଖୋଲି ଦେଉଥିଲେ। କିଛି ସମୟ ପରେ ଖୋଦ ମହିଳାଜଣକ ନିଜେ କିମ୍ବା ତାଙ୍କ ସ୍ୱାମୀ ତାହାକୁ ଚଳାଇ ଫେରାର ହୋଇ ଯାଉଥିଲେ।
Accident
ମହିଳାଙ୍କୁ କାମୁଡ଼ି ଦେଲା ବିରୁଡି; ଚାଲିଗଲା ଜୀବନ
ଗତକାଲି ଦ୍ରୌପଦୀ ନିଜ ଘର ପଛରେ ହୋଇଥିବା ଏକ ବିରୁଡ଼ି ବସା ଭାଙ୍ଗୁଥିଲେ।
Miscellaneous
ଆଜିଠୁ ରତ୍ନଭଣ୍ଡାର ସର୍ଭେ, ୩ଦିନ ଦର୍ଶନ ବନ୍ଦ
ରତ୍ନଭଣ୍ଡାର ଭିତରେ ଗୁପ୍ତ ସୁଡ଼ଙ୍ଗର ସନ୍ଧାନ କରି ASI ଟିମ୍। ତନ୍ନ ତନ୍ନ କରି ହେବ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ। ଏହି ସମୟରେ ୩ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
Politics
ଭରତପୁର ଥାନାରେ ପୁଲିସର ବର୍ବରକାଣ୍ଡ: କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧି
କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଟ୍ୱିଟ୍ କରି କହିଛନ୍ତି ଯେ, ଓଡ଼ିଶାରେ ଘଟିଥିବା ଭୟଙ୍କର ଘଟଣା ଦେଶର ଆଇନବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସର ସହାୟତା ମାଗିବାକୁ ଯାଇଥିବା ଜଣେ ସେନା ଅଫିସରଙ୍କୁ ଅମାନବୀୟ ଭାବେ ମାଡ଼ ମରାଯାଇଛି।
Politics
ଏନସିଡବ୍ଲ୍ୟୁ ରିପୋର୍ଟ ମାଗିବା ପରେ ଚେତିଲେ: କୁର୍ସି ବଂଚାଇବା ଚକ୍କରରେ ରାଜ୍ୟ ମହିଳା କମିଶନ
ବିଭିନ୍ନ ମହଲରୁ ଚାପ ପଡ଼ିବା ସହ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିବା ପରେ ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଭରତପୁର ଥାନାକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି ।