ଉଚ୍ଚଶିକ୍ଷା ନିର୍ଦ୍ଦେଶିକା ନିବେଦିତା ମିଶ୍ରଙ୍କ ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ନିର୍ଦ୍ଦେଶିକା ତଥା ବରିଷ୍ଠ ଓଏଏସ୍ ଅଫିସର ନିବେଦିତା ମିଶ୍ରଙ୍କୁ ରାଜ୍ୟ ସରକାର ଆଜି ବଦଳି କରିଛନ୍ତି । ତେବେ ଶ୍ରୀମତି ମିଶ୍ରଙ୍କ ସ୍ଥାନରେ ସେଠାରେ କାହାରିକୁ ନିଯୁକ୍ତି ମିଳିନଥିବା ଜଣାପଡ଼ିଛି । ଆଜି ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ଓଏଏସ୍ ନିବେଦିତା ମିଶ୍ରଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶିକା ପଦରୁ ହଟାଇ ଦିଆଯାଇ ତାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସେହିପରି ବରିଷ୍ଠ ଓଏଏସ୍ […]

Photo

Ordigital Desk
  • Published: Thursday, 29 December 2022
  • , Updated: 29 December 2022, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ନିର୍ଦ୍ଦେଶିକା ତଥା ବରିଷ୍ଠ ଓଏଏସ୍ ଅଫିସର ନିବେଦିତା ମିଶ୍ରଙ୍କୁ ରାଜ୍ୟ ସରକାର ଆଜି ବଦଳି କରିଛନ୍ତି । ତେବେ ଶ୍ରୀମତି ମିଶ୍ରଙ୍କ ସ୍ଥାନରେ ସେଠାରେ କାହାରିକୁ ନିଯୁକ୍ତି ମିଳିନଥିବା ଜଣାପଡ଼ିଛି ।

ଆଜି ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ଓଏଏସ୍ ନିବେଦିତା ମିଶ୍ରଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶିକା ପଦରୁ ହଟାଇ ଦିଆଯାଇ ତାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସେହିପରି ବରିଷ୍ଠ ଓଏଏସ୍ ପ୍ରତାପ କୁମାର ମିଶ୍ରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡେପୁଟି ଡିଜି(ପ୍ରଶାସନ) ଭାବେ ବଦଳି ହୋଇଛି । ଶ୍ରୀ ମିଶ୍ର ଏବେ କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଚିବ ବରିଷ୍ଠ ଓଏଏସ୍ ମନୋରଞ୍ଜନ ମଲ୍ଲିକଙ୍କୁ ଇଡକୋ ସିଜିଏମ(ଲ୍ୟାଣ୍ଡ) ଭାବେ ବଦଳି କରାଯାଇଛି ।

Related story