Advertisment

ଜେଜେ ଆଇଏଏସ, ବାପା ପ୍ରଫେସର, ଯୁବତୀ ବିକୁଛନ୍ତି ଦହିବରା ଆଳୁଦମ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦହିବରା ଆଳୁଦମ, ପାପଡି ଚାଟ, ପକୁଡ଼ି ସାଙ୍ଗକୁ କାକରା ବି ମିଳୁଛି ଗୋଟିଏ ଷ୍ଟଲରେ। ଭୁବନେଶ୍ୱରର ମେଳାରେ ଏସବୁ ଜାତି ଜାତିକା ଖାଦ୍ୟର ପସରା ମେଲାଇଥିବା ଯୁବତୀ ଜଣଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଯୁବତୀ ଜଣକ ହେଉଛନ୍ତି ଆଶ୍ୟୁକ୍ତା ପଣ୍ଡା। ଘରର ଚଳିବା ବେଶ୍‌ ସ୍ୱଚ୍ଛଳ ଥିବା ବେଳେ ନିଜେ ବି ସ୍ୱାବଲମ୍ବୀ।  କୌଣସି ଜିନିଷରେ ଅଭାବ ନ ଥିବା ସତ୍ତ୍ୱେ ଆଶ୍ୟୁକ୍ତା କାହିଁକି ଷ୍ଟଲ ଖୋଲି ଖାଦ୍ୟ ବିକୁଛନ୍ତି ତାହାକୁ […]

ଅଦ୍ୟତନ ହୋଇଛି
ଜେଜେ ଆଇଏଏସ, ବାପା ପ୍ରଫେସର, ଯୁବତୀ ବିକୁଛନ୍ତି ଦହିବରା ଆଳୁଦମ!

pic

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦହିବରା ଆଳୁଦମ, ପାପଡି ଚାଟ, ପକୁଡ଼ି ସାଙ୍ଗକୁ କାକରା ବି ମିଳୁଛି ଗୋଟିଏ ଷ୍ଟଲରେ। ଭୁବନେଶ୍ୱରର ମେଳାରେ ଏସବୁ ଜାତି ଜାତିକା ଖାଦ୍ୟର ପସରା ମେଲାଇଥିବା ଯୁବତୀ ଜଣଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଯୁବତୀ ଜଣକ ହେଉଛନ୍ତି ଆଶ୍ୟୁକ୍ତା ପଣ୍ଡା। ଘରର ଚଳିବା ବେଶ୍‌ ସ୍ୱଚ୍ଛଳ ଥିବା ବେଳେ ନିଜେ ବି ସ୍ୱାବଲମ୍ବୀ।  କୌଣସି ଜିନିଷରେ ଅଭାବ ନ ଥିବା ସତ୍ତ୍ୱେ ଆଶ୍ୟୁକ୍ତା କାହିଁକି ଷ୍ଟଲ ଖୋଲି ଖାଦ୍ୟ ବିକୁଛନ୍ତି ତାହାକୁ ନେଇ ଏବେ ଅନେକଙ୍କ ମନରେ ପ୍ରଶ୍ନ। ଏହି ଷ୍ଟଲରୁ ଉପାର୍ଜିତ ହେବାକୁ ଧନ ନିଜ ପାଇଁ ନୁହେଁ, ଅନାଥ ପିଲାଙ୍କ ସମେତ ସ୍ତନ କର୍କଟ ରୋଗୀଙ୍କ ପାଇଁ ଦାନ କରିବେ ବୋଲି କହିଛନ୍ତି ଆଶ୍ୟୁକ୍ତା।

Advertisment

ଆଶ୍ୟୁକ୍ତାଙ୍କ ବାପା ଏକ ସରକାରୀ ଶିକ୍ଷାନୁଷ୍ଠାନରେ ଆସୋସିଏଟ ପ୍ରଫେସର ଥିବା ବେଳେ ମା’ ଚଳାଉଛନ୍ତି ପବ୍ଲିକ ସ୍କୁଲ। ଜେଜେ ଥିଲେ ଆଇଏଏସ ଅଫିସର ସ୍ୱର୍ଗତ ଦୀନନାଥ ପଣ୍ଡା। ଘରେ  ଅଚଳାଚଳ ସଂପତ୍ତି  ଥିବା ବେଳେ ସେ ବି ଉଚ୍ଚଶିକ୍ଷିତା।

[caption id="attachment_779552" align="aligncenter" width="650"]pic ନିଜ ଷ୍ଟଲରେ ଆଶ୍ୟୁକ୍ତା।[/caption]

Advertisment

ପିଲାଟି ବେଳୁ ଜଣେ ମେଧାବୀ ଛାତ୍ରୀ ଥିବା ଆଶ୍ୟୁକ୍ତା ଓୟୁଏଟିରୁ ଯୁକ୍ତ-୨, ମେକାନିକାଲ ଇଞ୍ଜିନିୟରିଂରେ ବିଟେକ, XIMBରୁ ଏମବିଏ କରିଛନ୍ତି। ଏହାପରେ ଗତ ୬ ମାସ ହେବା ସେ ଇଫକୋରେ ଉଚ୍ଚ ବେତନରେ ଚାକିରି କରିଛନ୍ତି। ଓଡ଼ିଶୀ ନୃତ୍ୟରେ ବି ଆଶ୍ୟୁକ୍ତା ନିପୁଣା।

ହେଲେ ପାଠ ପଢ଼ିବା ବେଳୁ ସମାଜ ସେବା ଅର୍ଥାତ ଅନାଥ ଶିଶୁ ଓ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ସହାୟତା ଯୋଗାଇବାକୁ ସବୁବେଳେ ଆଗରେ ରହୁଛନ୍ତି ଆଶ୍ୟୁକ୍ତା। ସେମାନଙ୍କ କଷ୍ଟ ସହି ପାରୁ ନ ଥିବାରୁ ସବୁବେଳେ ନିଜ ସାଧ୍ୟ ମୁତାବକ ସାହାଯ୍ୟ କରି ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟିତ ଥାନ୍ତି ଆଶ୍ୟୁକ୍ତା।

[caption id="attachment_779554" align="aligncenter" width="650"]pic ଆଶ୍ୟୁକ୍ତା ପଣ୍ଡା ।[/caption]

ପିଲାଟି ବେଳୁ ପାଠ ପଢ଼ା ସାଙ୍ଗକୁ ଲେଖାଲେଖିରେ ରୁଚି ରଖୁଥିବା ଆଶ୍ୟୁକ୍ତା ସେଥିରୁ ବି କିଛି ରୋଜଗାର କରୁଥିଲେ। ହେଲେ ଏହି ଅର୍ଥକୁ ସେ ନିଜ ପାଇଁ ଖର୍ଚ୍ଚ ନ କରି ଅନାଥ ପିଲା ତଥା ଅସହାୟ ବୟସ୍କଙ୍କ ମୁହଁରେ ହସ ଫୁଟାଇବାରେ ବିନିଯୋଗ କରୁଥିଲେ।

ନିଜର ଏହି ରୁଚିକୁ ଏବେ ବି ବଜାୟ ରଖିଛନ୍ତି ଆଶ୍ୟୁକ୍ତା। ଚାକିରି କରି ବ୍ୟସ୍ତ ଜୀବନ ବିତାଉଥିବା ବେଳେ ସେଥିରୁ ବାହାରି ଅନ୍ୟମାନଙ୍କ ପାଇଁ କିଛି କରିବା ନିମନ୍ତେ ତାଙ୍କ ମଧ୍ୟରେ ରହିଛି ପ୍ରବଳ ଆଗ୍ରହ।

ସେଥିପାଇଁ ଭୁବନେଶ୍ୱରର ମେଳାରେ ପକାଇଛନ୍ତି ଷ୍ଟଲ। ଆଉ ଏହି ଷ୍ଟଲରେ ତାଙ୍କ ଘର ତିଆରି ଭଳିକି ଭଳି ଓଡ଼ିଆ ଘରର ପିଠା ସାଙ୍ଗକୁ ଚଟପଟି ପାଟି ସୁଆଦିଆ ଖାଦ୍ୟ ସାମଗ୍ରୀ ବି ମିଳୁଛି। କାର୍ତ୍ତିକ ମାସ ପାଇଁ ବିନା ପିଆଜ, ରସୁଣରେ ବି ଏଠାରେ ଖାଦ୍ୟ ଉପଲବ୍ଧ ରହୁଛି ।

[caption id="attachment_779555" align="aligncenter" width="650"]pic ଡିଗ୍ରୀ ଗ୍ରହଣ କରୁଛନ୍ତି ଆଶ୍ୟୁକ୍ତା ପଣ୍ଡା ।[/caption]

ମା’ଙ୍କ ସହାୟତା ବିନା ଏହା ସମ୍ଭବ ନୁହେଁ ବୋଲି ଆଶ୍ୟୁକ୍ତା କହୁଥିବା ବେଳେ ଏଥିରେ ଆଉ କିଛି ଯୁବତୀ ବି ସହଯୋଗ କରୁଥିବା କହିଛନ୍ତି। ଏଥିରୁ ଯାହା ଲାଭ ମିଳିବ ତାହାକୁ  ସେ ଢେଙ୍କାନାଳରେ ଥିବା ଏକ ଅନାଥାଶ୍ରମ ଓ ସ୍ତନ କର୍କଟରେ ପୀଡ଼ିତ ମହିଳାଙ୍କ ପାଇଁ ଦାନ କରିବେ ବୋଲି କହିଛନ୍ତି।

ଏନେଇ ଆଶ୍ୟୁକ୍ତାଙ୍କ ମା’ ସଂଯୁକ୍ତା ପଣ୍ଡା କହିଛନ୍ତି, ପଢ଼ିବା ବେଳୁ ସେ ଲେଖାଲେଖି କରେ। ସେଥିରୁ ଯାହା ରୋଜଗାର କରେ ତାହା ଅନାଥଶ୍ରମରେ ଦାନ କରେ। ଏବେ ମଧ୍ୟ ସେହି ନିଶା ତା’ର ବଜାୟ ରଖିଛି।

[caption id="attachment_779558" align="aligncenter" width="650"]pic କୁନି କୁନି ପିଲାଙ୍କ ଗହଣରେ ଆଶ୍ୟୁକ୍ତା ।[/caption]

ଏବେକାର ଯୁବକଯୁବତୀଙ୍କୁ କିଛି ନୂଆ କରି ଦେଖାଇବାର ନିଶା ଘାରିଛି। ପାଠ ପଢ଼ି ନିଜେ ସ୍ୱାବଲମ୍ବି ହେବାର ମାନସିକତା ଧୀରେ ଧୀରେ ଦୃଢ଼ ହେବାରେ ଲାଗିଛି। ହେଲେ ଆଶ୍ୟୁକ୍ତା କିଛି ଭିନ୍ନ। ସେ ନିଜେ ଯାହା ରୋଜଗାର କରୁଛନ୍ତି ତାହା ଗରୀବ, ଅସହାୟ ଓ କ୍ୟାନସର ପୀଡ଼ିତଙ୍କୁ ଦାନ କରୁଛନ୍ତି। ସେଥିପାଇଁ ତାଙ୍କର ଏପରି ଉଦ୍ୟମ ପାଇଁ ଚାରିଆଡ଼ୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe