ହୀରାକୁଦ ଡ୍ୟାମ୍‌କୁ ଖସିଲା ହାଇୱା

ଝାରସୁଗୁଡ଼ା(ଭାଗିରଥୀ ବେହେରା): ରଂପେଲା ସେତୁ ହୀରାକୁଦ ଜଳଭଣ୍ଡାରକୁ ଆଜି ଏକ ହାଇୱା ଖସି ପଡ଼ିଛି। ଫଳରେ ତିନି ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ଭିତରୁ ଆଦିତ୍ୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ଏବେବି ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ୟମ ଜାରି ରଖିଛନ୍ତି। ଗାଡିଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଟୁ ଲଖନପୁର ଅଞ୍ଚଳକୁ ଆସୁଥିଲା। ଘଟଣାସ୍ଥଳରେ ବନହରପାଲି ପୁଲିସ ପହଞ୍ଚିଛି।

hiwawa-accident

Manoranjan Sial
  • Published: Tuesday, 08 September 2020
  • , Updated: 08 September 2020, 04:21 PM IST

ଝାରସୁଗୁଡ଼ା(ଭାଗିରଥୀ ବେହେରା): ରଂପେଲା ସେତୁ ହୀରାକୁଦ ଜଳଭଣ୍ଡାରକୁ ଆଜି ଏକ ହାଇୱା ଖସି ପଡ଼ିଛି। ଫଳରେ ତିନି ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ଭିତରୁ ଆଦିତ୍ୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ଏବେବି ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ୟମ ଜାରି ରଖିଛନ୍ତି।

ଗାଡିଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଟୁ ଲଖନପୁର ଅଞ୍ଚଳକୁ ଆସୁଥିଲା। ଘଟଣାସ୍ଥଳରେ ବନହରପାଲି ପୁଲିସ ପହଞ୍ଚିଛି।

Related story