ମିଠା ପାଣି ପାଉ ନଥିବାରୁ ଉଠୁନାହାନ୍ତି ଇଲିସି, ୧୦୦ରୁ ୧୦୦୦ ଛୁଇଁଲାଣି ରେଟ୍‌

ଚାନ୍ଦବାଲି (ବାସୁଦେବ ଦାସ): ବର୍ଷା ଦିନେ ଇଲିସି ମାଛ ଜାଲରେ ପଡ଼ିଥାନ୍ତି। ଆଉ ବର୍ଷକର ଏହି ସମୟକୁ ମତ୍ସ୍ୟଜୀବୀ ମାନେ ଅନାଇ ବସିଥାନ୍ତି ଦି ପଇସା ରୋଜଗାର କରିବାପାଇଁ। ହେଲେ ଏଥର କିନ୍ତୁ ଜାଲରେ ପଡୁନାହଁନ୍ତି ଇଲିସି। ଆଉ ଯାହା କାଁ ଭାଁ ଆସୁଛି ତାର ପୁଣି ରେଟ୍ ଅଧିକ ହେଉଥିବାରୁ ବିକ୍ରି ହେଉନି। ମାଛକୁ ନେଇ ଧାମରା ଅଞ୍ଚଳର ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଯାଇଛନ୍ତି। ଚନ୍ଦନୀ ପାଳ ମାଛ ବଜାରରେ ଆଉ ସେମିତି ପୂର୍ବ ବର୍ଷ […]

700

Tapas Behera
  • Published: Thursday, 23 July 2020
  • , Updated: 23 July 2020, 04:24 PM IST

ଚାନ୍ଦବାଲି (ବାସୁଦେବ ଦାସ): ବର୍ଷା ଦିନେ ଇଲିସି ମାଛ ଜାଲରେ ପଡ଼ିଥାନ୍ତି। ଆଉ ବର୍ଷକର ଏହି ସମୟକୁ ମତ୍ସ୍ୟଜୀବୀ ମାନେ ଅନାଇ ବସିଥାନ୍ତି ଦି ପଇସା ରୋଜଗାର କରିବାପାଇଁ। ହେଲେ ଏଥର କିନ୍ତୁ ଜାଲରେ ପଡୁନାହଁନ୍ତି ଇଲିସି। ଆଉ ଯାହା କାଁ ଭାଁ ଆସୁଛି ତାର ପୁଣି ରେଟ୍ ଅଧିକ ହେଉଥିବାରୁ ବିକ୍ରି ହେଉନି। ମାଛକୁ ନେଇ ଧାମରା ଅଞ୍ଚଳର ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଯାଇଛନ୍ତି। ଚନ୍ଦନୀ ପାଳ ମାଛ ବଜାରରେ ଆଉ ସେମିତି ପୂର୍ବ ବର୍ଷ ଭଳି ଭିଡ଼ ଦେଖିବାକୁ ମିଳୁ ନାହିଁ। ଏହି ମାସରେ ଅଧିକ ପରିମାଣରେ ବର୍ଷା ହୋଇଥାଏ । ଆଉ ପୂର୍ବାଳି ପବନ ମଧ୍ୟ ବହିଥାଏ। ସମୁଦ୍ରରୁ ମିଠାପାଣି ମିଶିଲେ ଉଠିଆସିଥାନ୍ତି ହଜାର ହଜାର ସଂଖ୍ୟକ ଇଲିସି। ବର୍ଷାର ମିଠାପାଣିର ସ୍ପର୍ଷ ପାଇ ଇଲିସି ସମୁଦ୍ରର ଉପର ମୁହାଁ ହୋଇଥାନ୍ତି। ଆଉ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥାନ୍ତି। ହେଲେ ନା ଏଥର ବର୍ଷା ଅଛି ନା ପବନ ଅଛି।

ଜାଲରେ ୨୫୦ଗ୍ରାମ ୩୦୦ଗ୍ରାମ ଓଜନର ଇଲିସି ପଡୁଛନ୍ତି। ତାହା ପୁଣି ହଜାରେ ଟଙ୍କାରୁ ଊଦ୍ଧ୍ୱ ରେଟ୍। ଆଗରୁ ଏହି ଇଲିସି ଦର କିଲୋ ପ୍ରତି ୧୦୦ ଟଙ୍କା ରହୁଥିଲା। କରୋନା ପାଇଁ ମତ୍ସ୍ୟଜୀବୀ ମାନଙ୍କ ରପ୍ତାନି ଓ ଆମଦାନୀ ଉପରେ କୋହଳ ରହିଛି। ପୁଣି ସେଥିରେ ମାଛ ଜାଲରେ ପଡୁନଥିବାରୁ  ୭୦୦ରୁ ଊର୍ଦ୍ଧ ଟଲର ଓ ୧୦ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ଏବେ ଚିନ୍ତାରେ ପଡ଼ିଛନ୍ତି।

Related story