ହିଣ୍ଡାଲ୍‌କୋ କାରଖାନାରୁ ନିର୍ଗତ ଫ୍ଲୋରାଇଡ୍‌ ଗ୍ୟାସ ପ୍ରଭାବରେ ପୋଡ଼ି ଯାଉଛି ଧାନଗଛ

ସମ୍ବଲପୁର: ହୀରାକୁଦ ସ୍ଥିତ ହିଣ୍ଡାଲ୍‌କୋ କାରଖାନାର ଅଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। କାରକାନା ଚିମିନରୁ ନିର୍ଗତ ଫ୍ଲୋରାଇଡ୍‌ ଗ୍ୟାସ ପ୍ରଭାବରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକର ଏକର ଜମିରେ ଧାନଗଛ ପୋଡ଼ିଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଲରେ ପାଣି ଥିଲେ ମଧ୍ୟ ଅନାବୃଷ୍ଟି ଜନିତ ମରୁଡ଼ି ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। କାରଖାନା ନିକଟରେ ଥିବା ଗୁଜାତଳ, ନୂଆ ଜାମୁଡ଼ା, ମହମ୍ମଦପୁର ଓ ଚମାରପଡ଼ା ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବର୍ଷା ପାଣି ଫ୍ଲୋରାଇଡ୍ ଗ୍ୟାସ ସଂସ୍ପର୍ଶରେ […]

sambalpur

Rakesh Mallick
  • Published: Sunday, 21 August 2016
  • , Updated: 21 August 2016, 08:13 PM IST

ସମ୍ବଲପୁର: ହୀରାକୁଦ ସ୍ଥିତ ହିଣ୍ଡାଲ୍‌କୋ କାରଖାନାର ଅଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। କାରକାନା ଚିମିନରୁ ନିର୍ଗତ ଫ୍ଲୋରାଇଡ୍‌ ଗ୍ୟାସ ପ୍ରଭାବରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକର ଏକର ଜମିରେ ଧାନଗଛ ପୋଡ଼ିଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ବିଲରେ ପାଣି ଥିଲେ ମଧ୍ୟ ଅନାବୃଷ୍ଟି ଜନିତ ମରୁଡ଼ି ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। କାରଖାନା ନିକଟରେ ଥିବା ଗୁଜାତଳ, ନୂଆ ଜାମୁଡ଼ା, ମହମ୍ମଦପୁର ଓ ଚମାରପଡ଼ା ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବର୍ଷା ପାଣି ଫ୍ଲୋରାଇଡ୍ ଗ୍ୟାସ ସଂସ୍ପର୍ଶରେ ଆସି ଧାନ କ୍ଷେତରେ ମିଶି ଏଭଳି ପରିସ୍ଥିତି ଉପୁଜିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କିଛିବର୍ଷ ହେଲା ବର୍ଷା ଦିନେ ଏମିତି ଧାନ ପୋଡିଯିବା ଘଟଣା ଘଟୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଚାଷୀମାନେ ଦାବି କରିଛନ୍ତି।

ଚାଷୀ ଭୈରଭ ପ୍ରଧାନ କହିଛନ୍ତି, “ହିଣ୍ଡାଲ୍‌କୋ କାରଖାନାରୁ ନିର୍ଗତ ଫ୍ଲୋରାଇଡ୍‌ ଗ୍ୟାସ ପ୍ରଭାବରେ  ଧାନ ଗଛ ପୋଡ଼ିଯାଉଛି। ଏହି  ଘଟଣା କିଛିବର୍ଷ ହେବ ଲାଗି ରହିଛି। ବିଶେଷ କରି ବର୍ଷା ହେବା ପରେ ଏକରି ସ୍ଥିତି ଉପୁଜୁଛି। କାରଖାନା କର୍ତ୍ତୃପକ୍ଷ ଆକଳନ କରି କ୍ଷତିପୂରଣ ଦେଉଛନ୍ତି। କିନ୍ତୁ ଆମେ ଘଟଣାର ସ୍ଥାୟୀ ସମାଧାନ ଚାହୁଁଛୁ। ଯଦି ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ନ ପାରୁଛି ତେବେ ପ୍ରଭାବିତ ଚାଷ ଜମିକୁ କମ୍ପାନୀ କିଣି ନେଉ।”

ସେ କହିଛନ୍ତି “ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ, ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ, ସମସ୍ତଙ୍କ ପାଖକୁ ଦୌଡ଼ିଲା ପରେ ଆଂଶିକ କ୍ଷତିପୂରଣ ଦିଆଯାଉଛି। କମ୍ପାନୀ ଏକର ପିଛା ୩୦ ବସ୍ତା ଧାନର ମୂଲ୍ୟ ଦେଉ। ଏହାର ସ୍ଥାୟୀ ପ୍ରତିକାର କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ। ଯାହା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ।”

ସମ୍ବଲପୁର ଉପଜିଲ୍ଲାପାଳ ତ୍ରିଲୋଚନ ମାଝି କହିଛନ୍ତି, “ହିଣ୍ଡାଲ୍‌କୋ କାରଖାନାରୁ ନିର୍ଗତ ଫ୍ଲୋରାଇଡ୍‌ ଗ୍ୟାସ ପ୍ରଭାବରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜମିରେ ଧାନଗଛ ପୋଡ଼ିଯାଉଥିବା ଘଟଣା ବିଷୟରେ ଜିଲ୍ଲାପାଳ ଅବଗତ ଅଛନ୍ତି। କ୍ଷତିପୂରଣ ଓ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ସମସ୍ୟାର ସ୍ଥାୟୀ ପ୍ରତିକାର କିପରି କରାଯିବ ସେ ନେଇ ବୈଠକରେ ଆଲୋଚନା ହେବ।”

Related story