ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା: ବିଶାଖାପାଟଣା ଡିଆରଏମ୍‌ ଅଫିସ୍‌ରେ ଚାଲିଛି ତଦନ୍ତ

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ରେଲୱେ ସେଫ୍ଟି କମିଶନରଙ୍କ ତଦନ୍ତ ଜାରି ରହିଛି। ଆଜି ସେଫ୍ଟି କମିଶନର ରାମ କ୍ରିପାଲ ବିଶାଖାପାଟଣା ସ୍ଥିତ ଡିଆରଏମ୍‌ କାର୍ଯ୍ୟାଳୟକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ। ଘଟଣା ଦିନ କାର୍ଯ୍ୟରତ ପାର୍ବତୀପୁରମ ଓ କୁନେରୁ-ରାୟଗଡ଼ା ଷ୍ଟେସନ୍‌ ମଧ୍ୟରେ ଦାୟିତ୍ୱରେ ଥିବା ୭ ଅଫିସରଙ୍କ ସମେତ ୨୫ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ଏହି ସମୟରେ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍‌ ଚନ୍ଦ୍ରଲେଖା ମୁଖାର୍ଜୀ ଉପସ୍ଥିତ ଥିଲେ। ଗତକାଲି କମିଶନର ରାମକ୍ରିପାଲ ଦୁର୍ଘଟଣାସ୍ଥଳକୁ ଯାଇ […]

safty-commisioner

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 04:57 PM IST

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ରେଲୱେ ସେଫ୍ଟି କମିଶନରଙ୍କ ତଦନ୍ତ ଜାରି ରହିଛି। ଆଜି ସେଫ୍ଟି କମିଶନର ରାମ କ୍ରିପାଲ ବିଶାଖାପାଟଣା ସ୍ଥିତ ଡିଆରଏମ୍‌ କାର୍ଯ୍ୟାଳୟକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ। ଘଟଣା ଦିନ କାର୍ଯ୍ୟରତ ପାର୍ବତୀପୁରମ ଓ କୁନେରୁ-ରାୟଗଡ଼ା ଷ୍ଟେସନ୍‌ ମଧ୍ୟରେ ଦାୟିତ୍ୱରେ ଥିବା ୭ ଅଫିସରଙ୍କ ସମେତ ୨୫ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ଏହି ସମୟରେ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍‌ ଚନ୍ଦ୍ରଲେଖା ମୁଖାର୍ଜୀ ଉପସ୍ଥିତ ଥିଲେ।

ଗତକାଲି କମିଶନର ରାମକ୍ରିପାଲ ଦୁର୍ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ।

ଗତ ଶନିବାର ରାତି ପ୍ରାୟ ୧୧ଟା ବେଳେ ଆନ୍ଧ୍ର-ଓଡ଼ିଶା ସୀମା କୁନେରୁ ଷ୍ଟେସନ ନିକଟରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ  ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଥିଲେ।

Related story