ଆଜି ଖୋଲିବ ହୀରାକୁଦ ଗେଟ୍‌, ଛଡ଼ାଯିବ ପ୍ରଥମ ବନ୍ୟା ଜଳ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜି ହୀରାକୁଦ ଡ୍ୟାମରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପୂର୍ବାହ୍ନ ୧୧ଟା ବେଳେ ଖୋଲାଯିବ ହୀରାକୁଦ ଗେଟ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ  । ଏହା ଫଳରେ ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି । ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ […]

hirakud

Niharika Rout
  • Published: Monday, 18 July 2022
  • , Updated: 18 July 2022, 09:28 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜି ହୀରାକୁଦ ଡ୍ୟାମରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପୂର୍ବାହ୍ନ ୧୧ଟା ବେଳେ ଖୋଲାଯିବ ହୀରାକୁଦ ଗେଟ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ  । ଏହା ଫଳରେ ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି ।

ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି  । ଆଜି ଡ୍ୟାମର ଜଳପତ୍ତନ ୬୧୩.୦୮ ଫୁଟ୍ ରହିଛି । ତେବେ ଡ୍ୟାମ୍ ଭିତରକୁ ୧ ଲକ୍ଷ ୩୫ ହଜାର ୧୪୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୩୯ ହଜାର ୩୪୮ କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି ।

ଏହାକୁ ନଜରରେ ରଖି ଆଜି ଗେଟ୍‌ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି  । ପ୍ରଥମ ବନ୍ୟାଜଳ ପ୍ରବେଶ ଯୋଗୁ ମହାନଦୀ ଓ ତାର ଶାଖା ନଦୀ ଫୁଲିବ । ତେଣୁ ତଳମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଗତ ୨ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏହି ବର୍ଷା ଲାଗି ରହିଲେ ଆଗକୁ ଅଧିକ ସଂଖ୍ୟକ ଗେଟ୍‌ ଖୋଲାଯିବା ନେଇ ଅନୁମାନ କରାଯାଉଛି।

Related story