ସମ୍ବଲପୁର:(ଓଡ଼ିଶା ରିପୋର୍ଟର): ପୁଣି ଖୋଲିଲା ହୀରାକୁଦର ଆଉ ୪୦ ଗେଟ୍। ଏହାକୁ ମିଶାଇ ଏବେ ହୀରାକୁଦ ଡ୍ୟାମ୍ର ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏହା ପୂର୍ବରୁ ୪ଟି ଗେଟ୍ ଖୋଲାଯାଇଥିଲା। ଆଜି ସକାଳେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା। ଫଳରେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା।
ଏହାପରେ ୩ ଥରରେ ୧୨ଟି ଗେଟ୍ ଖୋଲା ହୋଇଛି। ବର୍ତ୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦରୁ ଛଡାଯାଉଥିବା ବନ୍ୟା ଜଳ ମୁଣ୍ଡଳିକୁ ପହଞ୍ଚିବା ପାଇଁ ୩୬ ଘଣ୍ଟା ଲାଗିଥାଏ। ହୀରାକୁଦରୁ ୧୧୫ କିଲୋମିଟର ଦୂରରେ ରହିଛି ଖଇରମାଲ। ଏଠାରେ ହୀରାକୁଦ ଜଳ ପହଞ୍ଚିବା ପାଇଁ ଲାଗିଥାଏ ୧୨ରୁ ୧୮ ଘଣ୍ଟା।
ଖଇରମାଳରୁ ବରମୂଳ ୧୦୬ କିମି ଦୂରତାକୁ ୧୨ରୁ ୧୬ ଘଣ୍ଟା ଏବଂ ବରମୂଳରୁ ମୁଣ୍ଡଳିରେ ପାଣି ପହଞ୍ଚିବାକୁ ୧୨ରୁ ୧୬ ଘଣ୍ଟା ଲାଗିଥାଏ।