୧୧ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଆସନ୍ତା ୧୧ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ଏଥିପାଇଁ ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୧୧ତାରିଖ ଦିନ ୧୧ଟା ସମୟରେ ହୀରାକୁଦ ଜଳଭଣ୍ଡରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ବନ୍ୟା ଜଳ ନିଷ୍କାସନ ଦ୍ୱାରା ମହାନଦୀ ଓ ତା’ର […]

Hirakud dam to release first flood watet in july 24

Ordigital Desk
  • Published: Thursday, 08 July 2021
  • , Updated: 08 July 2021, 08:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଆସନ୍ତା ୧୧ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ଏଥିପାଇଁ ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୧୧ତାରିଖ ଦିନ ୧୧ଟା ସମୟରେ ହୀରାକୁଦ ଜଳଭଣ୍ଡରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ବନ୍ୟା ଜଳ ନିଷ୍କାସନ ଦ୍ୱାରା ମହାନଦୀ ଓ ତା’ର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମହାନଦୀ ପ୍ରବାହିତ ହେଉଥିବା ତଳମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ମଧ୍ୟ ସୂଚନା ଦିଆଯାଇଥିବା ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି।

ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ମୋଟ ୬୪ଟି ସୁଇସ୍ ଗେଟ୍ ଥିବାବେଳେ କେତୋଟି ଗେଟ୍ ଖୋଲାଯିବ ଓ କେତେ ଗେଟ୍ ଦେଇ ଜଳ ନିଷ୍କାସନ ସେ ସମ୍ପର୍କରେ କିଛି ସୂଚନା ମିଳିନି।

Related story