୨୪ରେ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ବିଭିନ୍ନ ବ୍ୟାରେଜ୍‌ ସ୍ଲୁଇସ୍‌ ଗେଟ୍‌ ଖୋଲିବା ପରେ ଚଳିତମାସ ୨୪ ତାରିଖରେ ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ ଛାଡ଼ିବ। ଏଥିପାଇଁ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସୂଚନା ଜାରି କରିଛନ୍ତି। ତେବେ ପ୍ରଥମ ଦିନ ହୀରାକୁଦ ଡ୍ୟାମ୍‌ର କେତେ ସ୍ଲୁଇସ୍‌ ଗେଟ୍‌ ଖୋଲିବ ତାହା ଜଣାପଡ଼ିନି। ଉଲ୍ଲେଖଯୋଗ୍ୟ, ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ଫୁଟ୍‌ […]

Hirakud dam to release first flood watet in july 24

Rakesh Mallick
  • Published: Friday, 20 July 2018
  • , Updated: 20 July 2018, 07:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ବିଭିନ୍ନ ବ୍ୟାରେଜ୍‌ ସ୍ଲୁଇସ୍‌ ଗେଟ୍‌ ଖୋଲିବା ପରେ ଚଳିତମାସ ୨୪ ତାରିଖରେ ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ ଛାଡ଼ିବ। ଏଥିପାଇଁ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସୂଚନା ଜାରି କରିଛନ୍ତି। ତେବେ ପ୍ରଥମ ଦିନ ହୀରାକୁଦ ଡ୍ୟାମ୍‌ର କେତେ ସ୍ଲୁଇସ୍‌ ଗେଟ୍‌ ଖୋଲିବ ତାହା ଜଣାପଡ଼ିନି।

ଉଲ୍ଲେଖଯୋଗ୍ୟ, ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ଫୁଟ୍‌ ଥିବାବେଳେ ଜୁଲାଇ ୧୯ରେ ଡ୍ୟାମ୍‌ର ଜଳସ୍ତର ୬୦୭.୨୫ ଫୁଟ୍‌ ରହିଛି। ଏବେ ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୧୭ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ମାତ୍ର ୧୫,୫୪୦ କ୍ୟୁସେକ ଜଳ ନିଷ୍କାସନ ହେଉଛି।

Related story