‘ଭାରତର ଇତିହାସ ଭୁଲ ଭାବରେ ଲେଖାଯାଇଛି’

କଟକ (ଓଡ଼ିଶା ରିପୋର୍ଟର): ସମଗ୍ର ଭାରତର ଇତିହାସ ଭୁଲ ଭାବରେ ଲେଖାଯାଇଛି। ଆର୍ଯ୍ୟ ଓ ଦ୍ରାଭିଡ ଦୁଇଟି ଜାତି, ସେମାନେ ବାହାରୁ ଆସିଛନ୍ତି ବୋଲି କୁହାଯାଇଛି। ଏହାର କୌଣସି ସତ୍ୟତା ନାହିଁ। ଆଜି ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ବ୍ରିଟିଶ ସାମ୍ରାଜ୍ୟବାଦକୁ ଚିରସ୍ଥାୟୀ କରିବା ପାଇଁ ଏଭଳି ଇତିହାସ ଲେଖାଯାଇଛି। ସେହିପରି ହିନ୍ଦୁ ଓ ଶିଖ୍ ଅଲଗା ଅଲଗା ଧର୍ମ ବୋଲି […]

pratap

Manoranjan Sial
  • Published: Thursday, 12 September 2019
  • , Updated: 12 September 2019, 09:16 PM IST

କଟକ (ଓଡ଼ିଶା ରିପୋର୍ଟର): ସମଗ୍ର ଭାରତର ଇତିହାସ ଭୁଲ ଭାବରେ ଲେଖାଯାଇଛି। ଆର୍ଯ୍ୟ ଓ ଦ୍ରାଭିଡ ଦୁଇଟି ଜାତି, ସେମାନେ ବାହାରୁ ଆସିଛନ୍ତି ବୋଲି କୁହାଯାଇଛି। ଏହାର କୌଣସି ସତ୍ୟତା ନାହିଁ। ଆଜି ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ବ୍ରିଟିଶ ସାମ୍ରାଜ୍ୟବାଦକୁ ଚିରସ୍ଥାୟୀ କରିବା ପାଇଁ ଏଭଳି ଇତିହାସ ଲେଖାଯାଇଛି। ସେହିପରି ହିନ୍ଦୁ ଓ ଶିଖ୍ ଅଲଗା ଅଲଗା ଧର୍ମ ବୋଲି ଯାହା ଲେଖା ଯାଇଛି, ତାହା ଭୁଲ୍‌। ଗୁରୁ ନାନକ ଦେବ ବି ହିନ୍ଦୁ ଥିଲେ। ହିନ୍ଦୁ ଧର୍ମରେ ରହି ଧର୍ମ ରକ୍ଷା ପାଇଁ ଶିଖ୍ ସମୁଦାୟର ବିକାଶ କରିଥିଲେ। ସେହିପରି ଭାଷା ସାହିତ୍ୟର ଇତିହାସକୁ ମଧ୍ୟ ଭୁଲ ଲେଖାଯାଇଛି। ଯେଉଁମାନେ ଭାରତ ଦେଖିନାହାନ୍ତି, ସେମାନେ ବ୍ରିଟିଶଙ୍କଠାରୁ ଅର୍ଥ ନେଇ ଇତିହାସ ଲେଖିଛନ୍ତି ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

Related story