ରାଜ୍ୟ ମହିଳା ହକି ଚାମ୍ପିଅନଶିପ୍‌ ଉଦ୍‌ଘାଟିତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ହକି ଓଡ଼ିଶା ଦ୍ୱାରା ଆୟୋଜିତ ରାଜ୍ୟ ମହିଳା ହକି ଚାମ୍ପିଅନଶିପ୍‌ ରାଉରକେଲାସ୍ଥିତ ପାନପୋଷ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଗତକାଲି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ୟେଦୁଲା ବିଜୟ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଏଥିସହ ହକି ଓଡ଼ିଶାର ଯୁଗ୍ମ ସମ୍ପାଦକ ପ୍ରଣବ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ପାନପୋଷ କ୍ରୀଡା ଛାତ୍ରାବାସ , ସୁନ୍ଦରଗଡ଼ ଜିଲ୍ଲା , ସମ୍ବଲପୁର , ଢେଙ୍କାନାଳ , ଖୋର୍ଦ୍ଧା , ଓଡିଶା ପୁଲିସ, […]

rkl

Jyoshna Pradhan
  • Published: Saturday, 10 August 2019
  • , Updated: 10 August 2019, 01:48 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ହକି ଓଡ଼ିଶା ଦ୍ୱାରା ଆୟୋଜିତ ରାଜ୍ୟ ମହିଳା ହକି ଚାମ୍ପିଅନଶିପ୍‌ ରାଉରକେଲାସ୍ଥିତ ପାନପୋଷ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଗତକାଲି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ୟେଦୁଲା ବିଜୟ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଏଥିସହ ହକି ଓଡ଼ିଶାର ଯୁଗ୍ମ ସମ୍ପାଦକ ପ୍ରଣବ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ।

ପାନପୋଷ କ୍ରୀଡା ଛାତ୍ରାବାସ , ସୁନ୍ଦରଗଡ଼ ଜିଲ୍ଲା , ସମ୍ବଲପୁର , ଢେଙ୍କାନାଳ , ଖୋର୍ଦ୍ଧା , ଓଡିଶା ପୁଲିସ, ସାଇ , ସୁନ୍ଦରଗଡ଼,  କିସ୍ ଆଦି ୯ଟି ଦଳ ଏହି ମହିଳା ହକି ପ୍ରତିଯୋଗିତାରେ ଯୋଗ ଦେଇଛନ୍ତି। ଏହି ଚାମ୍ପିଅନଶିପ୍‌ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Related story