‘ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଷ୍ଟାଡିୟମ କାମ ସାରିବାକୁ ଲକ୍ଷ୍ୟ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ହେବ ପୁରୁଷ ବିଶ୍ୱକପ ହକି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସଚିବାଳୟରେ ହୋଇଯାଇଛି। ଏଥିରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଯୋଗଦେଇ ସେପ୍ଟେମ୍ବର ସୁଦ୍ଧା ଷ୍ଟାଡ଼ିୟମର ନିର୍ମାଣ କାମ ୯୦ ପ୍ରତିଶତ ଶେଷ କରିବାକୁ ଇଡକୋ ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଆଜି ସଚିବାଳୟଠାରେ ବସିଥିବା ପଞ୍ଚମ ଏକ୍‌ଜିକ୍ୟୁଟିବ ବୈଠକରେ ଏହି […]

hocky world cup in odisha

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 10:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ହେବ ପୁରୁଷ ବିଶ୍ୱକପ ହକି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସଚିବାଳୟରେ ହୋଇଯାଇଛି। ଏଥିରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଯୋଗଦେଇ ସେପ୍ଟେମ୍ବର ସୁଦ୍ଧା ଷ୍ଟାଡ଼ିୟମର ନିର୍ମାଣ କାମ ୯୦ ପ୍ରତିଶତ ଶେଷ କରିବାକୁ ଇଡକୋ ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଆଜି ସଚିବାଳୟଠାରେ ବସିଥିବା ପଞ୍ଚମ ଏକ୍‌ଜିକ୍ୟୁଟିବ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଥି ସହିତ ଜୁଲାଇ ୨୪ରୁ ଲଣ୍ଡନରେ ହେବାକୁ ଥିବା ମହିଳା ବିଶ୍ୱକପ ହକିରେ ଓଡ଼ିଶା ବିଶ୍ୱକପ୍‌ ହକିର ବୁଲିବ ଗୋଟିଏ ବ୍ରାଣ୍ଡିଂ ବସ୍। ସାରା ଭାରତରେ ଓଡିଶା ବିଶ୍ୱକପ ହକିର ପ୍ରମୋସନାଲ ପାଇଁ ଟର୍ଚ୍ଚରାଲି ଆୟୋଜନ କରାଯିବ। ଏଥିରେ ଦେଶର ବଡ ବଡ କ୍ରୀଡାବିତ, ଚଳଚ୍ଚିତ୍ର ସେଲିବ୍ରିଟିମାନେ ସାମିଲ ହେବେ। ତା’ ସହିତ ଫୁଡ ଫେଷ୍ଟିବାଲ, ଫିଲ୍ମ ଫେଷ୍ଟିବାଲ ମଧ୍ୟ ଆୟୋଜନ କରାଯିବ। ଏହି ବୈଠକରେ  ଗୃହ ବିଭାଗ, ପୂର୍ତ୍ତ ବିଭାଗ, ପୋଲିଜ ଡିଜି, ହକି ଇଣ୍ଡିଆ କର୍ମକର୍ତ୍ତା ଓ FIHର ସଦସ୍ୟ ମାନେ ଯୋଗ ଦେଇଥିଲେ।

Related story