ବଦଳିଲା ଗୃହ ନିର୍ମାଣ ପ୍ଲାନିଂ ମଞ୍ଜୁରୀ ନିୟମ
- Published: Tuesday, 07 November 2017
- , Updated: 07 November 2017, 08:46 AM IST
<p>ଭୁବନେଶ୍ୱର: ଗୃହ ନିର୍ମାଣ ପ୍ଲାନିଂ ମଞ୍ଜୁରୀ ପାଇଁ ନିୟମ ବଦଳିଲା। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତାଙ୍କ ବିଜ୍ଞପ୍ତିରେ ସଂଶୋଧନ କରି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ସଂଶୋଧନ ଅନୁଯାୟୀ ଲୋ ରିସ୍କ ବିଲ୍ଡିଂ ବର୍ଗରେ ଆବେଦନ ଗ୍ରହଣ କରିବାର ୧୫ ଦିନ ଭିତରେ ମିଳିବ ଗୃହ ନିର୍ମାଣ ପ୍ଲାନିଂ ମଞ୍ଜୁରୀ। ସେହିଭଳି ଲୋ ରିସ୍କ ବର୍ଗରେ ଆସୁ ନ ଥିବା ବିଲଡିଂ ପାଇଁ ଆବେଦନ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ପ୍ଲାନିଂ ମଞ୍ଜୁରୀ ମିଳିବ ବୋଲି ଧାର୍ଯ୍ୟ କରାଯାଇଛି।</p>
<p>&nbsp;</p>