ଲାଞ୍ଚ ଦେଲେନି ବୋଲି ନିର୍ଘାତ ମାଡ଼

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଂଚଳରେ ଲାଞ୍ଚ ନଦେବାରୁ ଜଣେ ଅଟୋ ଚାଳକଙ୍କୁ ଜଣେ ହୋମଗାର୍ଡ ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ ଗୟଳମରା ଗାଁର ଅଜିତ ଦାସ ନାମକ ବ୍ୟକ୍ତି ଗତକାଲି ରାତିରେ ଅଟୋ ଧରି ଏକ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ଖୁଂଟା ଥାନା ହୋମଗାର୍ଡ ସନ୍ତୋଷ ମହାପାତ୍ର ଅଜିତଙ୍କୁ ଟଙ୍କା ମାଗିଥିଲେ। ତେବେ ସେ ଟଙ୍କା ଦେବାକୁ ମନା କରିଦବାରୁ ସନ୍ତୋଷ ତାଙ୍କୁ ଅଶ୍ଲୀଳ […]

auto

Rakesh Mallick
  • Published: Wednesday, 30 May 2018
  • , Updated: 30 May 2018, 02:51 PM IST

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଂଚଳରେ ଲାଞ୍ଚ ନଦେବାରୁ ଜଣେ ଅଟୋ ଚାଳକଙ୍କୁ ଜଣେ ହୋମଗାର୍ଡ ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ ଗୟଳମରା ଗାଁର ଅଜିତ ଦାସ ନାମକ ବ୍ୟକ୍ତି ଗତକାଲି ରାତିରେ ଅଟୋ ଧରି ଏକ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ଖୁଂଟା ଥାନା ହୋମଗାର୍ଡ ସନ୍ତୋଷ ମହାପାତ୍ର ଅଜିତଙ୍କୁ ଟଙ୍କା ମାଗିଥିଲେ।

ତେବେ ସେ ଟଙ୍କା ଦେବାକୁ ମନା କରିଦବାରୁ ସନ୍ତୋଷ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିଥିଲେ। ପରେ ଉତକ୍ଷିପ୍ତ ହୋଇ ନିର୍ଘାତ ମାଡ ମାରିଥିଲେ ବୋଲି ଅଜିତ୍‌ ଅଭିଯୋଗ କରିଛନ୍ତି।  ତାଙ୍କ ହାତ, ମୁହଁ ଏବଂ ଗୋଡରେ ଗଭୀର କ୍ଷତ ଚିହ୍ନ ରହିଛି। ଏନେଇ ଅଜିତ ଉପଖଣ୍ଡ ପୋଲିସ  ଅଧିକାରୀଙ୍କ ନିକଟକୁ ଯାଇଥିଲେ  ତେବେ ଏସ୍‌ଡିପିଓ ଅନୁପସ୍ଥିତ ଥିବାରୁ ଏତଲା ଦେଇପାରିନଥିବା ସେ କହିଛନ୍ତି।  ଏନେଇ ସଂପୃକ୍ତ ହୋମଗାର୍ଡ କିମ୍ବା ଥାନା ଅଧିକାରୀଙ୍କୁ ପ୍ରତିକ୍ରିୟା ମିଳିପାରିନାହିଁ।

Related story