ଅଫିସ୍‌ ଯାଉଥିବା ବେଳେ ହୋମ୍‌ଗାର୍ଡ଼ଙ୍କୁ ପିଟିଦେଲା କାର୍‌

ବୀରମିତ୍ରପୁର (ରାକେଶ ସାହୁ): ଅଫିସ୍‌କୁ ଯାଉଥିବା ବେଳେ ପିଟିଦେଲା କାର୍‌। ଚାଲିଗଲା ବୀରମିତ୍ରପୁର ଥାନାର ହୋମଗାର୍ଡ ପୁନିଆ ମିର୍ଦ୍ଧାଙ୍କ ଜୀବନ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଛି। ଗତକାଲି ବିଳମ୍ୱିତ ରାତିରେ ବୀରମିତ୍ରପୁର ଥାନାର ହୋମଗାର୍ଡ ପୁନିଆ ମିର୍ଦ୍ଧା ନିଜ ଗାଁ ପ୍ରତାପପୁର ପଞ୍ଚାୟତ ହେଡ୍‌ବାହାଲରୁ ଅଫିସକୁ ଯାଉଥିଲେ। ସାଇକେଲ୍‌ରେ ଗଲା ବେଳେ ରାଏବଗା-ବୀରମିତ୍ରପୁର ରାସ୍ତାର ଇନ୍ଦ୍ରପୁର ଗାଁ ନିକଟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ […]

snda

Manoranjan Sial
  • Published: Wednesday, 02 December 2020
  • , Updated: 02 December 2020, 07:36 PM IST

ବୀରମିତ୍ରପୁର (ରାକେଶ ସାହୁ): ଅଫିସ୍‌କୁ ଯାଉଥିବା ବେଳେ ପିଟିଦେଲା କାର୍‌। ଚାଲିଗଲା ବୀରମିତ୍ରପୁର ଥାନାର ହୋମଗାର୍ଡ ପୁନିଆ ମିର୍ଦ୍ଧାଙ୍କ ଜୀବନ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଛି।

ଗତକାଲି ବିଳମ୍ୱିତ ରାତିରେ ବୀରମିତ୍ରପୁର ଥାନାର ହୋମଗାର୍ଡ ପୁନିଆ ମିର୍ଦ୍ଧା ନିଜ ଗାଁ ପ୍ରତାପପୁର ପଞ୍ଚାୟତ ହେଡ୍‌ବାହାଲରୁ ଅଫିସକୁ ଯାଉଥିଲେ। ସାଇକେଲ୍‌ରେ ଗଲା ବେଳେ ରାଏବଗା-ବୀରମିତ୍ରପୁର ରାସ୍ତାର ଇନ୍ଦ୍ରପୁର ଗାଁ ନିକଟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଥିବା ବେଳେ ମାଲିକ ପ୍ରଭାକର ମହାନ୍ତିଙ୍କୁ କୁଆଁରମୁଣ୍ଡା ଅଞ୍ଚଳରୁ ଧରିଛି। ସେ ରାଏବଗା ଗାଁ ବୋଲି ଜଣାପଡ଼ିଛି।

Related story