ସାବାସ୍‌ ପ୍ରତାପ? ଦେଖାଇଲେ ମହାନତା

ଭୁବନେଶ୍ୱର (ଅତୁଲ୍ୟ ବାଉତ): ସାବାସ୍‌ ପ୍ରତାପ ଖଣ୍ଡୁଆଳ! ଏବେ ଏମିତି ଶୁଭେଚ୍ଛାର ସୁଅ ଛୁଟୁଛି ହୋମ୍‌ଗାର୍ଡ ପ୍ରତାପଙ୍କ ପାଖକୁ। ବ୍ୟସ୍ତ ବହୁଳ ଦୁନିଆରେ ରାଜଧାନୀ ଭୁବନେଶ୍ୱରରେ ଜଣେ ହୋମ୍‌ଗାର୍ଡଙ୍କ ପାଖକୁ ଏପରି ଅଭିନନ୍ଦ ସୁଅ ଛୁଟିବାର କାରଣ ଶୁଣିଲେ ଆପଣଙ୍କ ଦିଲ୍‌ ବି ଖୁସ୍‌ ହୋଇଯିବ। କାରଣ ସେ ସେମିତି କିଛି କାମ କରିଛନ୍ତି। ତା’ହେଲେ ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ। ହୋମ୍‌ଗାର୍ଡ ପ୍ରତାପ ଖଣ୍ଡୁଆଳ। ଆଜି ରସୁଲଗଡ଼ ଛକରେ ତାଙ୍କ ଡ୍ୟୁଟି ପଡ଼ିଥିଲା। […]

bhubaneswar

Manoranjan Sial
  • Published: Tuesday, 16 February 2021
  • , Updated: 16 February 2021, 11:16 PM IST

ଭୁବନେଶ୍ୱର (ଅତୁଲ୍ୟ ବାଉତ): ସାବାସ୍‌ ପ୍ରତାପ ଖଣ୍ଡୁଆଳ! ଏବେ ଏମିତି ଶୁଭେଚ୍ଛାର ସୁଅ ଛୁଟୁଛି ହୋମ୍‌ଗାର୍ଡ ପ୍ରତାପଙ୍କ ପାଖକୁ। ବ୍ୟସ୍ତ ବହୁଳ ଦୁନିଆରେ ରାଜଧାନୀ ଭୁବନେଶ୍ୱରରେ ଜଣେ ହୋମ୍‌ଗାର୍ଡଙ୍କ ପାଖକୁ ଏପରି ଅଭିନନ୍ଦ ସୁଅ ଛୁଟିବାର କାରଣ ଶୁଣିଲେ ଆପଣଙ୍କ ଦିଲ୍‌ ବି ଖୁସ୍‌ ହୋଇଯିବ। କାରଣ ସେ ସେମିତି କିଛି କାମ କରିଛନ୍ତି। ତା’ହେଲେ ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ।

ହୋମ୍‌ଗାର୍ଡ ପ୍ରତାପ ଖଣ୍ଡୁଆଳ। ଆଜି ରସୁଲଗଡ଼ ଛକରେ ତାଙ୍କ ଡ୍ୟୁଟି ପଡ଼ିଥିଲା। ତେଣୁ ୟୁନିଫର୍ମ ପିନ୍ଧି ନିଜର ଡ୍ୟୁଟି କରୁଥିଲେ। ହଠାତ୍‌ ଜଣେ ବ୍ୟକ୍ତି ତରବର ହୋଇ ତାଙ୍କ ପାଖକୁ ଧାଇଁ ଆସିଲେ। ପ୍ରତାପଙ୍କ ହାତରେ ଏକ ବ୍ୟାଗ ଧରାଇ ଦେଲେ। ଆଉ କହିଲେ, ଭାଇ ଭୁଲ୍‌ରେ ‘ମୋ ବସ୍‌’ରୁ ଏହି ବ୍ୟାଗ୍‌ଟିକୁ ଧରି ପଳାଇ ଆସିଲି। ବ୍ୟାଗ୍‌ ମାଲିକଙ୍କୁ ଖୋଜି ଦେଇଦେବେ। ମୁଁ ଏମ୍‌ସ ଯାଉଛି। ପ୍ରତାପ କିଛି କହିବା ପୂର୍ବରୁ ଏମିତି କିଛି କହି ସମ୍ପୃକ୍ତ ବ୍ୟକ୍ତି ଜଣକ ପଳାଇ ଗଲେ। ବ୍ୟାଗ ଧରିବା ପରେ ଅକଳରେ ପଡ଼ି ଯାଇଥିଲେ ପ୍ରତାପ। କଣ କରିବେ? କେମିତି ବ୍ୟାଗ ମାଲିକକୁ ଖୋଜିବେ? ଆଉ ସେହି ବ୍ୟାଗରେ କଣ ଅଛି? ଏମିତି ଅନେକ ଅସମାହିତ ପ୍ରଶ୍ନରେ ଛନ୍ଦି ହୋଇଯାଇଥିଲେ ପ୍ରତାପ। ମନ ଭିତରେ ଭୟ ମଧ୍ୟ ଥିଲା। କିନ୍ତୁ ନ ଡରି ବ୍ୟାଗ ଖୋଲିଥିଲେ ପ୍ରତାପ।

ବ୍ୟାଗ ଭିତରେ ୫୦୦ ଟଙ୍କିଆ ନୋଟ୍‌ ବଣ୍ଡଲ। ମୋଟ୍‌ ୪୬ ହଜାର ଟଙ୍କା। ଏଥିସହ ଗୋଟିଏ କାଗଜରେ ଜଣଙ୍କ ଫୋନ୍‌ ନମ୍ୱର ଲେଖାଥିଲା। ସେହି ଫୋନ୍‌ ନମ୍ୱରକୁ ଡାଏଲ୍‌ କଲେ ପ୍ରତାପ। ଆଉ ତା’ପରେ ପ୍ରତାପଙ୍କ ଫୋନ୍‌କୁ ଜିତେନ୍ଦ୍ରନାଥ ସେନାପତି ନାମକ ଜଣେ ଯୁବକ ରିସିଭ୍‌ କଲେ। ପୂରା କଥା କହିବା ପରେ ଜିତେନ୍ଦ୍ରନାଥ ନିଜର ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ ଧରି ରସୁଲଗଡ଼ ଛକରେ ପହଞ୍ଚିଲେ।

ପ୍ରତାପଙ୍କୁ କାଗଜପତ୍ର ଦେଖାଇ ହଜି ଯାଇଥିବା ଟଙ୍କା ବ୍ୟାଗ ନେଇ ଯାଇଥିଲେ। ଜିତେନ୍ଦ୍ରନାଥଙ୍କ ଘର କୋଣାର୍କ ଅଞ୍ଚଳର ବୋଲି ଜଣାପଡ଼ିଛି। ମାତ୍ର ସେ ‘ମୋ ବସ୍‌’ରେ କେମିତି ବ୍ୟାଗ ଛାଡ଼ିଲେ, ପରିବାର ଲୋକଙ୍କ ଭୟରେ ତାହା ଉପରେ କିଛି କହିଲେ ନାହିଁ। ଯାହାବି ହେଉ ରାଜଧାନୀରେ ଜଣେ ହୋମ୍‌ଗାର୍ଡଙ୍କ ଏପରି ମହାନ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି। ଆଉ ଯିଏ ଫୋନ୍‌ କରୁଛନ୍ତି, କହୁଛନ୍ତି ସାବାସ୍‌ ପ୍ରତାପ।

Related story