ଲାଞ୍ଚ ନେଇ ଟ୍ରକ୍‌ ଛାଡ଼ୁଥିଲେ, ଏବେ ନିଲମ୍ୱିତ ହେଲେ

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଟ୍ରକ୍‌ ଡ୍ରାଇଭରଠୁ ଲାଞ୍ଚ ନେଇ ହୋମଗାର୍ଡ ସୌଭାଗ୍ୟ ଜେନା ନିଲମ୍ବିତ। ତାଙ୍କୁ ନିଲମ୍ବନ କଲେ ଢେଙ୍କାନାଳ ଏସ୍‌ପି। ନୋ ଏଣ୍ଟ୍ରି ସମୟରେ ଟ୍ରକ ଡ୍ରାଇଭରଠୁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କାମାକ୍ଷାନଗର ଥାନା କଇଁବିଲି ଛକରେ ନୋ ଏଣ୍ଟ୍ରି ସମୟରେ ଜଣେ ହୋମଗାର୍ଡ ଡ୍ରାଇଭରଙ୍କଠାରୁ ଲାଞ୍ଚ ନେଇ ଟ୍ରକ୍‌ ଛାଡ଼ୁଥିଲେ। ଏମିତି ଦିନ କି ଦୁଇ ଦିନ ନୁହେଁ, ପ୍ରତିଦିନ ଚାଲିଥିଲା ବୋଲି ଅଭିଯୋଗ ହେଉଥିଲା। ତେବେ […]

home-gard

Manoranjan Sial
  • Published: Saturday, 03 October 2020
  • , Updated: 03 October 2020, 05:05 PM IST

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଟ୍ରକ୍‌ ଡ୍ରାଇଭରଠୁ ଲାଞ୍ଚ ନେଇ ହୋମଗାର୍ଡ ସୌଭାଗ୍ୟ ଜେନା ନିଲମ୍ବିତ। ତାଙ୍କୁ ନିଲମ୍ବନ କଲେ ଢେଙ୍କାନାଳ ଏସ୍‌ପି। ନୋ ଏଣ୍ଟ୍ରି ସମୟରେ ଟ୍ରକ ଡ୍ରାଇଭରଠୁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

କାମାକ୍ଷାନଗର ଥାନା କଇଁବିଲି ଛକରେ ନୋ ଏଣ୍ଟ୍ରି ସମୟରେ ଜଣେ ହୋମଗାର୍ଡ ଡ୍ରାଇଭରଙ୍କଠାରୁ ଲାଞ୍ଚ ନେଇ ଟ୍ରକ୍‌ ଛାଡ଼ୁଥିଲେ। ଏମିତି ଦିନ କି ଦୁଇ ଦିନ ନୁହେଁ, ପ୍ରତିଦିନ ଚାଲିଥିଲା ବୋଲି ଅଭିଯୋଗ ହେଉଥିଲା। ତେବେ ଲାଞ୍ଚ ନେବାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଏହା ପରେ ଲାଞ୍ଚ ନେଉଥିବା ଅଭିଯୋଗରେ ହୋମଗାର୍ଡ଼ ସୌଭାଗ୍ୟ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ତାଙ୍କ ନିଲମ୍ୱିତ କରିଛନ୍ତି ଢେଙ୍କାନାଳ ଏସ୍‌ପି।

Related story