ଏଣିକି ଘରେ ରହି ଚିକିତ୍ସିତ ହେବେ କରୋନା ପଜିଟିଭ୍‌: ଜାଣନ୍ତୁ କାହାକୁ ମିଳିବ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ସାଂଘାତିକ୍‌ ରୂପ ନେଉଛି କୋଭିଡ୍‌ ୧୯। ରାଜ୍ୟରେ କରୋନା ମହାମାରୀର ପ୍ରକୋ ବଢ଼ୁଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇପଡ଼ିଲାଣି। ଏଯାଏଁ ରାଜ୍ୟର ୧୩,୭୩୭ ଜଣ ଆକ୍ରାନ୍ତ ହେଲେଣି। ତେବେ ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ଆଜି ଏନେଇ ମୁଖ୍ୟଶାସନ ସଚିବ ଅସିତ ତ୍ରୀପାଠି ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ପ୍ରେସ ବିବୃତିରେ ମୁଖ୍ୟଶାସନ ସଚିବ କହିଛନ୍ତି ଯେ, ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନଥିବା […]

corona1

Tapas Behera
  • Published: Monday, 13 July 2020
  • , Updated: 13 July 2020, 05:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ସାଂଘାତିକ୍‌ ରୂପ ନେଉଛି କୋଭିଡ୍‌ ୧୯। ରାଜ୍ୟରେ କରୋନା ମହାମାରୀର ପ୍ରକୋ ବଢ଼ୁଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇପଡ଼ିଲାଣି। ଏଯାଏଁ ରାଜ୍ୟର ୧୩,୭୩୭ ଜଣ ଆକ୍ରାନ୍ତ ହେଲେଣି। ତେବେ ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ଆଜି ଏନେଇ ମୁଖ୍ୟଶାସନ ସଚିବ ଅସିତ ତ୍ରୀପାଠି ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ପ୍ରେସ ବିବୃତିରେ ମୁଖ୍ୟଶାସନ ସଚିବ କହିଛନ୍ତି ଯେ, ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ।

ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ମିଳିବ। ସହରାଞ୍ଚଳର ଲକ୍ଷଣ ନଥିବା ରୋଗୀ ମଧ୍ୟ ହୋମ୍ ଆଇସୋଲେସନ ରହିବା ପାଇଁ ଅନୁମିତି ମିଳିବ। ଲକ୍ଷଣ ନଥାଇ ପଜିଟିଭ ଚିହ୍ନଟ ହେଲେ ଘରେ ରହି ଚିକିତ୍ସିତ ହୋଇପାରିବେ। ସର୍ତ୍ତମୂଳକ ଭାବେ ଘରେ ରହି ଚିକିତ୍ସା ହେବାକୁ ମିଳିବ ଅନୁମତି। ହୋମ୍ ଆଇସୋଲେସନ ସୁବିଧା ଥିଲେ ମିଳିବ ଘରେ ରହି ଚିକିତ୍ସା କରିବା ପାଇଁ ମିଳିବ ଅନୁମତି। ହୋମ୍ ଆଇସୋଲେସନରେ ରହୁଥିବା ଲୋକ ପାଇଁ ଜଣେ ଘର ଲୋକ ରହିବେ।

ସମ୍ପୃକ୍ତ ବ୍ୟକ୍ତି ସରକାର-ରୋଗୀ ମଧ୍ୟରେ ସେତୁ ସାଜିବେ। ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ସମସ୍ତ କଥା ବୁଝିବେ ସଂପୃକ୍ତ ବ୍ୟକ୍ତି। ତେବେ ହୋମ୍ ଆଇସୋଲେସନ ବ୍ୟକ୍ତି ପାଇଁ ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ।ପିପିଇ କିଟ୍ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ ରାଜ୍ୟ ସରକାର ଯୋଗାଇ ଦେବେ। ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଯୋଗାଇ ଦେବେ। କିଛି ବିଶେଷ ପ୍ରକାରର ଲୋକଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବନି।
ବିଶେଷକରି HIV ରୋଗୀ, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତିଙ୍କୁ ଅନୁମତି ମିଳିବନି।

ସେହିପରି କ୍ୟାନ୍ସର, ହୃଦରୋଗୀ, ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କୁ ଅନୁମତି ମିଳିବନି। ୮୦ ପ୍ରତିଶତ ରୋଗୀ ଲକ୍ଷଣହୀନ ହୋଇଥିବା କହିଲେ ମୁଖ୍ୟ ଶାସନ ସଚିବ।

Related story