ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଜଳାଭିଷେକ କଲେ ଗୃହ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ଗୃହ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆଜି ଶ୍ରାବଣ ମାସ ଶେଷ ସୋମବାର ହୋଇଥିବା ବେଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଜଳାଭିଷେକ କରିଛନ୍ତି  ଗୃହ ମନ୍ତ୍ରୀ। ହେଲେ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ଦର୍ଶନ ନିମନ୍ତେ ମନ୍ଦିରରେ ପହଞ୍ଚିଥିଲେ ଗୃହ ମନ୍ତ୍ରୀ।  ଏଥିନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।  ଏହି […]

amit saha

  • Published: Monday, 08 August 2022
  • , Updated: 08 August 2022, 02:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ଗୃହ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆଜି ଶ୍ରାବଣ ମାସ ଶେଷ ସୋମବାର ହୋଇଥିବା ବେଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଜଳାଭିଷେକ କରିଛନ୍ତି  ଗୃହ ମନ୍ତ୍ରୀ। ହେଲେ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ଦର୍ଶନ ନିମନ୍ତେ ମନ୍ଦିରରେ ପହଞ୍ଚିଥିଲେ ଗୃହ ମନ୍ତ୍ରୀ।  ଏଥିନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।  ଏହି ସମୟରେ ମନ୍ଦିର ପରିସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତଥା ସମ୍ବିତ ପାତ୍ର  ପ୍ରମୁଖ ବିଜେପିର ତୁଙ୍ଗ ନେତା ଉପସ୍ଥିତ ଥିଲେ।

ପ୍ରାୟ ୧୫ରୁ ୨୦ ମିନିଟ୍‌ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଗୃହ ମନ୍ତ୍ରୀ ଶାହ ସେଠାରୁ ବାହାରି  ଗୃହ ମନ୍ତ୍ରୀ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଚାଲି ଯାଇଥିଲେ। ସେଠାରେ ତାଙ୍କର ଜଳପାନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ କଟକ ଅଭିମୁଖେ ଯିବ ଗୃହମନ୍ତ୍ରୀଙ୍କ କାର୍‌କେଡ।

କଟକରେ ପହଞ୍ଚିବା ପୂର୍ବରୁ ନଖରା ଓ ଲିଙ୍କରୋଡରେ ଗୃହମନ୍ତ୍ରୀ ଶାହଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପୂର୍ବାହ୍ନ ପ୍ରାୟ ୧୦ଟାରେ ଲିଙ୍କରୋଡରୁ ଏକ ବିଶାଳ ରୋଡ ଶୋ’ରେ ଅମିତ ଶାହ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚିବେ । ସେଠାରେ ସେ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିବେ । ପରେ ପୂର୍ବାହ୍ନ ୧୧ଟାରେ କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ପ୍ରଜାତନ୍ତ୍ର ଖବର କାଗଜର ୭୫ତମ ବର୍ଷ ପୂରଣ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଉଭୟ ଦଳର ହେଭିୱେଟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ରହିବେ। ତେଣୁ ଉକ୍ତ ସମୟରେ ଯେପରି କିଛି ରାଜନୈତିକ ପରିସ୍ଥିତି ନ ଉପୁଜେ, ସେଥିନିମନ୍ତେ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

https://youtu.be/iv3McmZpIbg

ଅପରାହ୍ନ  ଗୋଟାଏରେ ଭୁବନେଶ୍ୱର ଫେରି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ ଶାହ । ପାର୍ଟି ଅଫିସ୍‌ରେ କୋର୍ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ । ଆସନ୍ତା ସାଧାରଣ ନିର୍ବାଚନ ଲାଗି ଶାହ ଦଳୀୟ ନେତାଙ୍କୁ ଟାର୍ଗେଟ ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ପରେ ପରେ ମେ’ ଫେୟାର କନଫରେନ୍ସରେ ଅପରାହ୍ନ  ୪ଟା ୩୦ରେ ମୋଦି @ ୨୦ ପୁସ୍ତକର ଓଡ଼ିଶା ଚାପଟରରେ ଉନ୍ମୋଚନ କରିବେ ଶାହ ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ ଅମିତ୍ ଶାହ । ଦଳୀୟ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ, ପ୍ରଶଂସକ  ତାଙ୍କୁ ସ୍ୱାଗତ ଜଣାଇଥିଲେ ।  ଭୁବନେଶ୍ୱରରେ ପହଞ୍ଚିବା ପରେ ଟୁଇଟ କରି ଶାହ ଲେଖିଥିଲେ ଯେ, ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଉତ୍ସାହିତ ଅଛି । ଆତ୍ମୀୟତା ଭରା ସ୍ୱାଗତ ପାଇଁ ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ । ଭୁବନେଶ୍ୱର ଶାହଙ୍କ ଗସ୍ତ ପାଇଁ ଟ୍ୱିନସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

https://youtu.be/qfOGLGS2HIg

 

Related story