ପତାକା ଉତ୍ତୋଳନ ପୂର୍ବରୁ ଚାଲିଗଲା ହୋମ୍‌ଗାର୍ଡଙ୍କ ଜୀବନ, କନଷ୍ଟେବଲ ଗୁରୁତର

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି କଲା ବେଳେ ଘଟିଲା ଅଘଟଣ। ଚାଲିଗଲା ଜଣେ ହୋମ୍‌ଗାର୍ଡଙ୍କ ଜୀବନ। ଜଣେ କନଷ୍ଟେବଲ୍‌ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଆଜି ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ। ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଫାଣ୍ଡି ପରିସରରେ ଆଜି ସକାଳେ ଚାଲିଥିଲା ପ୍ରସ୍ତୁତି। ପତାକା ଉତ୍ତୋଳନ ପାଇଁ […]

Police Station

Jitendra Garnayak
  • Published: Sunday, 15 August 2021
  • , Updated: 15 August 2021, 10:54 AM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି କଲା ବେଳେ ଘଟିଲା ଅଘଟଣ। ଚାଲିଗଲା ଜଣେ ହୋମ୍‌ଗାର୍ଡଙ୍କ ଜୀବନ। ଜଣେ କନଷ୍ଟେବଲ୍‌ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଆଜି ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ।

୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଫାଣ୍ଡି ପରିସରରେ ଆଜି ସକାଳେ ଚାଲିଥିଲା ପ୍ରସ୍ତୁତି। ପତାକା ଉତ୍ତୋଳନ ପାଇଁ ଏକ ଲୁହା ଖୁଣ୍ଟ ପୋତିବା ବେଳେ ତାହା ନିକଟସ୍ଥ ୧୧ କେଭି ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଜଣେ ହୋମ୍‌ଗାର୍ଡ ଓ ଜଣେ କନଷ୍ଟେବଲ୍‌ଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା।

ବିଦ୍ୟୁତ୍ ଆଘାତ ଲାଗିବା ପରେ ଘଟଣାସ୍ଥଳରେ ହିଁ ହୋମ୍‌ଗାର୍ଡଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗୁରୁତର ଥିବା କନଷ୍ଟେବଲ୍‌ଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related story