ନାୟକ ସାରଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇ ଚର୍ଚ୍ଚାରେ ଥିବା ଜଗତସିଂହପୁରର ସିଲୁ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟପାଳ। ରାଜଭବନରେ ଆୟୋଜିତ ସମ୍ୱର୍ଦ୍ଧନା ସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ୨୧ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ସେହିପରି ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ରାଉରକେଲାର ଚିତ୍ରଶିଳ୍ପୀ ଭାଗ୍ୟଶ୍ରୀ ସାହୁଙ୍କୁ ମଧ୍ୟ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଛନ୍ତି। Hon'ble Governor felicitated Silu Nayak, […]

Governor

Manoranjan Sial
  • Published: Wednesday, 03 March 2021
  • , Updated: 03 March 2021, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇ ଚର୍ଚ୍ଚାରେ ଥିବା ଜଗତସିଂହପୁରର ସିଲୁ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟପାଳ। ରାଜଭବନରେ ଆୟୋଜିତ ସମ୍ୱର୍ଦ୍ଧନା ସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ୨୧ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ସେହିପରି ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ରାଉରକେଲାର ଚିତ୍ରଶିଳ୍ପୀ ଭାଗ୍ୟଶ୍ରୀ ସାହୁଙ୍କୁ ମଧ୍ୟ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଛନ୍ତି।

https://twitter.com/GovernorOdisha/status/1367086541059674112?s=20

ଅରଖକୂଦ ଗ୍ରାମର ୨୮ ବର୍ଷୀୟ ଯୁବକ ସିଲୁ ନାୟକ ୨୦୧୬ ମସିହାରେ ମହାଗୁରୁ ବାଟାଲିଅନ ପ୍ରତିଷ୍ଠା କରି ନାଉଗାଁ, ବାଲିକୁଦା ପ୍ରଭୃତି ଅଞ୍ଚଳର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ୨୦୧୬ ମସିହାରେ ଓଆଇଏସଏଫରେ ଚାକିରି ପାଇଥିବା ସିଲୁ ନାୟକ ଯୁବକମାନଙ୍କ ପାଇଁ କିଛି କରିବା ଲକ୍ଷ୍ୟରେ ରାଉରକେଲା ଠାରେ ଟ୍ରେନଂ ଚାଲିଥିବା ବେଳେ ଅଧାରୁ ଚାଲିଆସି ଏହି ବାଟାଲିଅନ ପ୍ରତିଷ୍ଠା କରିଥିଲେ। ମାତ୍ର ୨୩ ବର୍ଷ ବୟସରଙ୍କ ସେ ଓଆଇଏସଏଫରେ ନିଯୁକ୍ତି ପାଇ ରାଉରକେଲାରେ ଟ୍ରେନିଂ ନେଇଥିଲେ। ତେବେ ଫିଜିକାଲ ଟେଷ୍ଟ ସମୟରେ ଅନେକ ଭଲ ପିଲା ବିଫଳ ହେଉଥିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ଫଳରେ ସେ ଟ୍ରେନିଂ ଅଧାରୁ ଘରକୁ ପଳାଇ ଆସି ଅରଖକୁଦ ଦେବୀ ନଦୀ ପାର୍ଶ୍ୱରେ ପ୍ରତିଷ୍ଠା କଲେ ‘ମହାଗୁରୁ ବାଟାଲିଅନ’। ୫ ବର୍ଷ ଧରି ସକାଳେ ଓ ଅପରାହ୍ନରେ ବିନାମୂଲ୍ୟରେ ନାଉଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଲମ୍ୱା ଦୌଡ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ସିଲୁ।

https://twitter.com/GovernorOdisha/status/1367056908918525952?s=20

ସେହିପରି ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ରାଉରକେଲାର ଚିତ୍ରଶିଳ୍ପୀ ଭାଗ୍ୟଶ୍ରୀ ସାହୁଙ୍କୁ ମଧ୍ୟ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ବିପିୟୁଟି ପକ୍ଷରୁ ତାଙ୍କୁ ଦେଢ଼ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ସଫ୍ଟ ଷ୍ଟୋନ୍ ଓ କାଚ ବୋତଲରେ ପଟ୍ଟଚିତ୍ର ଆଙ୍କୁଥିବା ଭାଗ୍ୟଶ୍ରୀଙ୍କ କଥା ଗତ ଜାନୁଆରୀ  ମନ୍ କୀ ବାତ୍ କାର୍ଯ୍ୟକ୍ରମମରେ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ।

 

Related story