କରୋନା ପାଇଁ ରାଜଭବନରେ ‘ଆଟ୍ ହୋମ୍’ କାର୍ଯ୍ୟକ୍ରମ ବାତିଲ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜଭବନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ସ୍ୱାଧୀନତା ଦିବସରେ ରାଜଭବନରେ ‘ଆଟ୍ ହୋମ୍’ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଅବସରରେ ରାଜଭବନରେ ‘ଆଟ୍ ହୋମ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ରାଜଭବନକୁ ଆମନ୍ତ୍ରଣ କରାଯାଇଥାଏ।
Due to the prevailing #Covidpandemic in the country and keeping in view the desired precautions required to be taken in matters of social gatherings and ceremonies, Hon’ble Governor has decided not to host the At Home function on the occasion of #IndependenceDay2020.
— Governor Odisha (@GovernorOdisha) July 24, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।