ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହରକୁ ମଦ, ଡ୍ରଗ୍ସ ଓ ଗଞ୍ଜେଇ ମୁକ୍ତ କରିବାକୁ ରାଉରକେଲା ଏସ୍ପି ନିର୍ଦ୍ଦେଶ ଦେବା ପରେ ଚଢ଼ଉ ଆରମ୍ଭ ହୋଇଛି । ଗତକାଲି ରାତିରେ ୩ ନମ୍ବର ସେକ୍ଟର ଥାନା ପୁଲିସ୍ ଏନ୍ଆଇଟି ପଛପଟରେ ଥିବା ଏକ ହୁକ୍କା ବାର୍ ଉପରେ ଚଢ଼ଉ କରିଥିଲା। ସେଠାରୁ ବହୁ ହୁକ୍କା ସରଞ୍ଜାମ ଜବତ କରାଯାଇଛି। ତେବେ ଏହି ହୁକ୍କାରେ କେତେ ପରିମାଣର ଟବାକୋ ଅଛି ଏନେଇ ସାଇଣ୍ଟିକ୍ଫିକ୍ ଟିମ୍ ପରୀକ୍ଷା କରୁଛି। ଏଥିସହ ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସହରର ପାନପୋଷ ରୋଡ଼ ଓ ସିଭିଲ ଟାଉନସିପ ଅଞ୍ଚଳରେ ଥିବା ଅନ୍ୟ ୫ରୁ୬ ଟି ବାର ଉପରେ ପୁଲିସ ଚଢ଼ଉ କରିବାକୁ ଯୋଜନା କରିଛି। ରାଉରକେଲାରେ ବହୁଦିନ ଧରି ହୁକ୍କା ବାର ଚାଲିଥିବା ବେଳେ ବହୁ କିଶୋର , କିଶୋରୀ ଏହି ନିଶାର ଶିକାର ହେଉଥିବା ଅଭିଯୋଗ ହୋଇଥିଲା ।