ସବୁଠି ଘାଇଲା ହୋଟେଲ ଶିଳ୍ପ

ପୁରୀ(ଓଡ଼ିଶା ରିପୋର୍ଟର): ବର୍ଷେ ତଳେ ଫନି ଦାଉ ସାଧିଥିଲା । ଆଉ ଏବେ କରୋନା ସଂକ୍ରମଣ ଡର ହେଉ କି ସଟଡାଉନ୍-ଲକ୍‌ଡାଉନ୍ କଟକଣା । ପୁରୀରୁ  ଗୋପାଳପୁର ସବୁଠି ଘାଇଲା ହୋଟେଲ ଶିଳ୍ପ । ଆଖି ଆଗରେ ବେପାର ସିଜିନ୍ ମାଡ଼ ହେଉଛି । ତେଣୁ ଏଭଳି ସ୍ଥିତିରେ ସେମାନେ ବି  ମାଗିଲେଣି ସରକାରୀ ସହାୟତା । ପର୍ଯ୍ୟଟନର ଅପରୂପ ସମ୍ଭାର ପୁରୀ। ଯେଉଁଠିକୁ ଆସିଲେ ଜଗନ୍ନାଥ ଦର୍ଶନ ସାଙ୍ଗକୁ ମିଳେ ଭରପୁର ମନୋରଞ୍ଜନ। ସେ ସ୍ୱର୍ଣ୍ଣାଭ  […]

6nmb

Tapas Behera
  • Published: Thursday, 20 August 2020
  • , Updated: 20 August 2020, 08:24 PM IST

ପୁରୀ(ଓଡ଼ିଶା ରିପୋର୍ଟର): ବର୍ଷେ ତଳେ ଫନି ଦାଉ ସାଧିଥିଲା । ଆଉ ଏବେ କରୋନା ସଂକ୍ରମଣ ଡର ହେଉ କି ସଟଡାଉନ୍-ଲକ୍‌ଡାଉନ୍ କଟକଣା । ପୁରୀରୁ  ଗୋପାଳପୁର ସବୁଠି ଘାଇଲା ହୋଟେଲ ଶିଳ୍ପ । ଆଖି ଆଗରେ ବେପାର ସିଜିନ୍ ମାଡ଼ ହେଉଛି । ତେଣୁ ଏଭଳି ସ୍ଥିତିରେ ସେମାନେ ବି  ମାଗିଲେଣି ସରକାରୀ ସହାୟତା ।

ପର୍ଯ୍ୟଟନର ଅପରୂପ ସମ୍ଭାର ପୁରୀ। ଯେଉଁଠିକୁ ଆସିଲେ ଜଗନ୍ନାଥ ଦର୍ଶନ ସାଙ୍ଗକୁ ମିଳେ ଭରପୁର ମନୋରଞ୍ଜନ। ସେ ସ୍ୱର୍ଣ୍ଣାଭ  ବେଳାଭୂମୀରେ ଭ୍ରମଣ ହେଉ କି ସମୁଦ୍ର ସ୍ନାନ ମଜା । ବର୍ଷତମାମ ଦେଶ ବିଦେଶରୁ ସେଥିପାଇଁ ଏଠାକୁ ଛୁଟିଥାଏ ପଯର୍ୟଟକଙ୍କ ସୁଅ । ରାତି  ପାହିଲେ ଯେଉଁ ସମୁଦ୍ର କୂଳ  ଗହଳିରେ ମୁଖରିତ ହୁଏ ଆଜି ସେ ସ୍ଥାନ ଖାଁ ଖାଁ । କାରଣ କରୋନା ସଂକ୍ରମଣ ଡର ସାଙ୍ଗକୁ ସଟ୍‌ଡାଉନ୍,  ଲକ୍‌ଡାଉନ୍ କଟକଣା ଯୋଗୁଁ ମୋଟେ ଆସୁ ନାହାନ୍ତି ଟୁରିଷ୍ଟ। ଏଣେ ଦୀର୍ଘ ୬ମାସ ହେଲାଣି ଅର୍ଥନୈତିକ ମାଡ଼ରେ ସମ୍ପୂର୍ଣ୍ଣ ଘାଇଲା

ଏଠିକାର  ହୋଟେଲ ଶିଳ୍ପ । ପ୍ରାୟ ୮୦୦ରୁ ଅଧିକ ହୋଟେଲ ଓ ଲଜ୍‌ ବେପାର ବୁଡ଼ିଛି । କିଛି ହୋଟେଲ ତ ୟା ଭିତରେ ଶତ ପ୍ରତିଶତ କର୍ମଚାରୀଙ୍କୁ ବି  ଛଟେଇ କରି ସାରିଲେଣି । ମାର୍ଚ୍ଚ-ଏପ୍ରିଲରେ ସମର ଭ୍ୟାକେସନ୍ ବେପାର ଧୋଇଗଲା। ଏବେ ପାର୍ବଣ ଋତୁ ଆରମ୍ଭ ହୋଇଛି  ସତ, ହେଲେ କରୋନାର କହର କମିନଥିବାରୁ ସେ  ବେପାର ବି ବୁଡ଼ିବା ଆଶଙ୍କା ଜଳଜଳ ଦେଖାଯାଉଛି।

Related story