ପୂର୍ବ ଶତ୍ରୁତାରୁ ଘରେ ଲଗାଇ ଦେଲେ ନିଆଁ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ତେରେହି ଗାଁରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ତେରେହି ଗାଁର ଅଭିନ୍ନ ମଲିକ ନିଜ ଘରେ ଶୋଇଥିବା ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା ।ଦେଖୁ ଦେଖୁ ନିଆଁ କ୍ଷିପ୍ର ବେଗରେ ଅଭିନ୍ନଙ୍କ ସହିତ ଚଗଲା ମଳିକ ଓ ବିବେକାନନ୍ଦ ମଳିକଙ୍କ ଘରକୁ  ମଧ୍ୟ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି […]

house-fire

Niharika Rout
  • Published: Friday, 10 July 2020
  • , Updated: 10 July 2020, 08:07 AM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ତେରେହି ଗାଁରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ତେରେହି ଗାଁର ଅଭିନ୍ନ ମଲିକ ନିଜ ଘରେ ଶୋଇଥିବା ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା ।ଦେଖୁ ଦେଖୁ ନିଆଁ କ୍ଷିପ୍ର ବେଗରେ ଅଭିନ୍ନଙ୍କ ସହିତ ଚଗଲା ମଳିକ ଓ ବିବେକାନନ୍ଦ ମଳିକଙ୍କ ଘରକୁ  ମଧ୍ୟ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।

ଅଭିନ୍ନଙ୍କ ଅଭିଯୋଗ ଅନୁଯାୟୀ, ପଡୋଶୀ ନିମାଇଁ ମଳିକ ଓ ସୁକଦେଵ ମଳିକଙ୍କ ସହିତ ଗତ ଦୁଇଦିନ ତଳେ ଜମି ବାଡ଼ି ବିବାଦକୁ ନେଇ ଝଗଡା ଲାଗିଥିଲା । ସେ ଏ ସମ୍ପର୍କରେ ଗତକାଲି ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଶତ୍ରୁତା କାରଣରୁ ପଡୋଶୀ ତାଙ୍କ ଘରକୁ ନିଆଁ ଲଗାଇ ଦେଇଥିବା ଅଭିନ୍ନ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story