ସର୍ଟ ସର୍କିଟରୁ ପୋଡ଼ିଗଲା ଘର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ସାରନଗରୀରେ ଅଗ୍ନିକାଣ୍ଡ ଘଟିଛି। ମୋବାଇଲ୍ ଟାୱାରର ସର୍ଟ ସର୍କିଟରୁ ଜଣଙ୍କ ଘର ପୋଡ଼ି ଯାଇଛି। ଆଜି ସକାଳେ ଏହି ଅଗ୍ନିକାଣ୍ତ ଘଟିଥିଲା। ଘରେ ଥିବା ଲୋକ ଏବଂ ତିନି ଜଣ ପିଲାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୋବାଇଲ୍ ଟାୱାରରେ ଲାଗିଥିବା ବ୍ୟାଟେରୀ ଏବଂ ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀର ସ୍ପର୍ଶରେ ଆସି ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ଏହି ନିଆଁ ନିକଟରେ ଥିବା ଏକ ଘରକୁ ବ୍ୟାପି ଯାଇଥିଲା। ଏହି ଘଟଣା […]

fire---

Tapaswini Nayak
  • Published: Sunday, 24 March 2019
  • , Updated: 24 March 2019, 04:39 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ସାରନଗରୀରେ ଅଗ୍ନିକାଣ୍ଡ ଘଟିଛି। ମୋବାଇଲ୍ ଟାୱାରର ସର୍ଟ ସର୍କିଟରୁ ଜଣଙ୍କ ଘର ପୋଡ଼ି ଯାଇଛି। ଆଜି ସକାଳେ ଏହି ଅଗ୍ନିକାଣ୍ତ ଘଟିଥିଲା। ଘରେ ଥିବା ଲୋକ ଏବଂ ତିନି ଜଣ ପିଲାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

ମୋବାଇଲ୍ ଟାୱାରରେ ଲାଗିଥିବା ବ୍ୟାଟେରୀ ଏବଂ ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀର ସ୍ପର୍ଶରେ ଆସି ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ଏହି ନିଆଁ ନିକଟରେ ଥିବା ଏକ ଘରକୁ ବ୍ୟାପି ଯାଇଥିଲା।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ।

Related story