କରୋନା ଯୋଦ୍ଧାଙ୍କୁ ଘର ମାଲିକମାନେ ରହିବାକୁ ଦେଉନାହାନ୍ତି: ଡାକ୍ତର ଗନ୍ତାୟତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ହେଉଛନ୍ତି ‘କରୋନା’ ଯୋଦ୍ଧା। ସେମାନଙ୍କୁ ହଇରାଣ ନକରିବା ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅପିଲ୍‌ କରିଛନ୍ତି। ଏହା ସତ୍ତ୍ୱେ କେତେକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଘର ମାଲିକାମାନେ ରହିବା ପାଇଁ ଅନୁମତି ଦେଉନଥିବା ଅଭିଯୋଗ ହୋଇଛି। ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଶ୍ୱିନୀ ହସ୍ପିଟାଲ ଏମ୍‌ଡି ଡାକ୍ତର ମାୟା ଗନ୍ତାୟତ। ଡାକ୍ତର ମାୟା ଗନ୍ତାୟତ କହିଛନ୍ତି, “କରୋନା ଅନ୍ୟ ଇନ୍‌ଫ୍ଲୁଏଞ୍ଜା ଭଳି ଏକ ଭାଇରାଲ ରୋଗ। ଭାଇରାଲ […]

maya-gantayat

maya-gantayat

Manoranjan Sial
  • Published: Wednesday, 15 April 2020
  • Updated: 15 April 2020, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ହେଉଛନ୍ତି ‘କରୋନା’ ଯୋଦ୍ଧା। ସେମାନଙ୍କୁ ହଇରାଣ ନକରିବା ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅପିଲ୍‌ କରିଛନ୍ତି। ଏହା ସତ୍ତ୍ୱେ କେତେକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଘର ମାଲିକାମାନେ ରହିବା ପାଇଁ ଅନୁମତି ଦେଉନଥିବା ଅଭିଯୋଗ ହୋଇଛି। ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଶ୍ୱିନୀ ହସ୍ପିଟାଲ ଏମ୍‌ଡି ଡାକ୍ତର ମାୟା ଗନ୍ତାୟତ।

ଡାକ୍ତର ମାୟା ଗନ୍ତାୟତ କହିଛନ୍ତି, “କରୋନା ଅନ୍ୟ ଇନ୍‌ଫ୍ଲୁଏଞ୍ଜା ଭଳି ଏକ ଭାଇରାଲ ରୋଗ। ଭାଇରାଲ ରୋଗ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ହୋଇଥାଏ। ୯୦-୯୨% କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ। କରୋନାକୁ ନେଇ ବେଶୀ ଭୟଭୀତ ହେବାନି। ସାମାଜିକ ଦୂରତ୍ୱ ମାନିଲେ ଓ ମାସ୍କ ପିନ୍ଧିଲେ ସଂକ୍ରମିତ ହେବାନି। କରୋନା ଚିକିତ୍ସା ନେଇ ପ୍ରତିଦିନ ଗାଇଡ୍‌ଲାଇନ୍‌ ଆସୁଛି। ରୋଗୀର ରୋଗ ପ୍ରତିରୋଧକ ଶକ୍ତି ଥିଲେ ସୁସ୍ଥ ହେବା ସହଜ। ପ୍ରୋଟୋକଲ୍‌ ଅନୁସାରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।”

ସେ ଆହୁରି କହିଛନ୍ତି-“ସଂକ୍ରମଣ ଭୟ ଥିବାରୁ ଘରକୁ ଯାଇପାରୁନାହାନ୍ତି ଡାକ୍ତର ଓ ନର୍ସ। ଡାକ୍ତରମାନଙ୍କ ପାଇଁ ଏକ ହୋଟେଲରେ ରହିବା ବ୍ୟବସ୍ଥା ହୋଇଛି। ନର୍ସ ଓ ପାରାମେଡିକ ଷ୍ଟାଫ୍‌ ରହିବା ପାଇଁ ହଷ୍ଟେଲରେ ବ୍ୟବସ୍ଥା ହୋଇଛି। ୧୪ ଦିନ ଡ୍ୟୁଟି ପରେ ସେମାନେ ଆଉ ୧୪ ଦିନ କ୍ୱାରେଣ୍ଟାଇନରେ ରହୁଛନ୍ତି। ଆମର କେତେକ ଷ୍ଟାଫ୍‌ଙ୍କୁ ଲୋକେ ରହିବାକୁ ଜାଗା ଦେଉନାହାନ୍ତି। ତଥାପି ଆମେ କରୋନା ବିରୋଧରେ ଲଢୁଛୁ ଓ ଜିତିବୁ।”

ଅଶ୍ୱିନୀ ହସ୍ପିଟାଲରେ ୨୬ ଜଣ କରୋନା ରୋଗୀ ଥିଲେ। ସେଥିରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୧୩ ଜଣ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos