ଓଟିଭି ବିତର୍କକୁ ବୟକଟ୍ ପ୍ରସଙ୍ଗ: କେମିତି ମାଇକ୍‌ ଏଡାଇଯାଉଥିଲେ ବିଜେଡି ନେତା, ଦେଖନ୍ତୁ ଭିଡିଓ

Ordigital Desk
  • Published: Thursday, 22 March 2018
  • , Updated: 22 March 2018, 08:22 PM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଓଟିଭିର ପ୍ୟାନେଲ୍ ଡିସକସନ୍&zwnj; ଆଜିଠୁ ଆସିବେନି। ବିଜେଡି ନେତା ଓଟିଭି ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣି ଚ୍ୟାନେଲର ବିତର୍କ ଭିତ୍ତିକ କାର୍ଯ୍ୟକ୍ରମକୁ ବର୍ଜନ କରିବ ବୋଲି ଦଳ ଗତକାଲି ଘୋଷଣା କରିଥିଲା । ତେବେ ବିଜେଡିର ଏଭଳି ନିଷ୍ପତ୍ତିକୁ ନେଇ ଜୋର ଧରିଛି ଚର୍ଚ୍ଚା ।ବିଜେଡି ପଳାୟନପନ୍ଥୀ ନହୋଇ ଓଟିଭିର ନିରପେକ୍ଷ ପ୍ଲାଟଫର୍ମରେ ବିଭିନ୍ନ ପ୍ରସଙ୍ଗରେ ଜନସାଧାରଣଙ୍କ ଆଗରେ ନିଜ ମତ ରଖିବା ଉଚିତ୍ ବୋଲି ମତ ପ୍ରକାଶ ପାଉଛି। &nbsp;ସେପଟେ ପ୍ରେସ୍ କ୍ଳବ୍ ଅଫ୍ ଇଣ୍ଡିଆର ସଭାପତି ବିଜେଡି ନିଷ୍ପତ୍ତିକୁ ନିନ୍ଦା କରିବା ସହ ଦଳ ସଭାପତି ନବୀନ ପଟ୍ଟନାୟକ ଏହାର ପୁନର୍ବିଚାର କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଅନ୍ୟପଟେ ଓଟିଭି ବିତର୍କ କାର୍ଯ୍ୟକ୍ରମକୁ ବୟକଟ୍ ଲାଗି ବିଜେଡିର ଘୋଷଣା ପରେ ରାଜନୈତିକ ମହଲରେ ହଲଚଲ୍ ସୃଷ୍ଟି ହୋଇଛି।</p> <p>ଅନେକ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। &nbsp;ଗଣମାଧ୍ୟମରେ କଣ୍ଠରୋଧ ଲାଗି ଏହା ପ୍ରୟାସ ବୋଲି&nbsp; ଖୋଲାଖୋଲି ମତ ପ୍ରକାଶ ପାଉଛି । ସହନଶୀଳତାର ଅଭାବ ଯୋଗୁଁ ବିଜେଡି ଏଭଳି ନିଷ୍ପତ୍ତି ନେଇଛି ଓ ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ ବୋଲି ବିଭିନ୍ନ ଦଳର ନେତା କହିଛନ୍ତି । &nbsp;ସେପଟେ ବିଜେଡିର କିଛି ନେତା ଆଜି ଓଟିଭିକୁ ବୟକଟ୍ ପ୍ରସଙ୍ଗରେ ମୁହଁ ଖୋଲିଥିଲେ। &nbsp;ଆଉ କିଛି ନେତା ପ୍ରସଙ୍ଗକୁ ଏଡ଼ାଇ ଚାଲିଯାଇଥିଲେ।</p> <p>ଏପଟେ ବିଜେଡି, ଓଟିଭି ବିରୁଦ୍ଧରେ ଆଣିଥିବା ପକ୍ଷପାତ ଅଭିଯୋଗ ଯେ, ଦଳର ଅସହିଷ୍ଣୁତାକୁ ବୟାନ କରୁଛି ତାହା ସ୍ପଷ୍ଟ । ଗତ କିଛି ଦିନ ହେଲା ଓଟିଭି ବିତର୍କରେ ଭାଗ ନେବାକୁ ଆସୁଥିବା ଦଳର ନିର୍ଦ୍ଦିଷ୍ଟ କିଛି ନେତାଙ୍କ ଆଭିମୁଖ୍ୟ ଓ ଆଚରଣରୁ ଏହା ସ୍ପଷ୍ଟ ହେଉଛି। &nbsp;&nbsp;ବିଜେଡିର ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକାରେ ଥିବା ନେତାଙ୍କୁ ବିତର୍କକୁ ଆସିବା ଲାଗି ଆମନ୍ତ୍ରଣ କରାଯାଉଥିଲା। ଅନେକ ନେତା ଆସିବାକୁ ଅମଙ୍ଗ ହେଉଥିଲେ। &nbsp;&nbsp;କେବଳ ସେହି ନେତା ଯିଏ କି ତୃତୀୟ ମହଲାରୁ ଓଟିଭିକୁ ଯିବାକୁ ଗ୍ରୀନ୍ ସିଗ୍ନାଲ୍ ପାଉଥିଲେ, ସେମାନେ ହିଁ ବିତର୍କରେ ଭାଗ ନେଉଥିଲେ।</p> <p>ଆଉ ଯେଉଁ ବିଜେଡି ନେତାମାନେ ଓଟିଭିର ବିତର୍କ କାଯର୍ୟକ୍ରମକୁ ଆସୁଥିଲେ, ସେମାନଙ୍କୁ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳୁଥିଲେ ମଧ୍ୟ ସେମାନେ ପୂର୍ବଯୋଜନା ଥିବା ଭଳି ଉଦ୍ଦେଶ୍ୟମୂଳକ ଭାବେ ବିଭ୍ରାଟ ସୃଷ୍ଟି ଲାଗି ଉଦ୍ୟମ କରୁଥିଲେ। &nbsp;ଚାଲି ନଜାଣି ବାଟର ଦୋଷ ଭଳି ନିର୍ଦ୍ଦିଷ୍ଟ ସମୟରେ କିଭଳି ଯୁକ୍ତିସଙ୍ଗତ କଥା କହିହୁଏ, ସେ ଦକ୍ଷତାକୁ ବିଜେଡିର ପ୍ୟାନେଲିଷ୍ଟମାନେ ଆହରଣ ନକରି ଅଯଥା ପାଟିତୁଣ୍ଡ କରିବା ସହ ଅନ୍ୟ ପ୍ୟାନେଲିଷ୍ଟଙ୍କୁ କହିବାକୁ ସୁଯୋଗ ମଧ୍ୟ ଦେଉନଥିଲେ। &nbsp;ଖାଲି ସେତିକି ନୁହେଁ ଲାଇଭ୍ ସୋରେ ଚ୍ୟାନେଲର ସଂପାଦକୀୟକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା ସହ ଚ୍ୟାନେଲ୍ ଉପରେ ଚାପ ପକାଇବା ଲାଗି ଅନେକ ଥର ପ୍ରୟାସ କରିଛନ୍ତି । &nbsp;ସେପଟେ ପ୍ରେସ୍ କ୍ଳବ୍ ଅଫ୍ ଇଣ୍ଡିଆ ପକ୍ଷରୁ ଓଟିଭିକୁ ବିଜେଡିର ବୟକଟ୍ ନିଷ୍ପତ୍ତିକୁ ନିନ୍ଦା କରାଯାଇଛି।</p>

Related story