ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀ: କେମିତି ବଢ଼ିଗଲେ ୪୬ ଆକ୍ରାନ୍ତ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀରେ କେମିତି ବଢ଼ିଗଲେ ୪୬ ଆକ୍ରାନ୍ତ ? ବମିଖାଲ ଓ ସୂର୍ଯ୍ୟନଗର ଭଳି ଛୋଟ ଛୋଟ ଏରିଆରେ କେଉଁ କାରଣରୁ ବ୍ୟାପିଲା ସଂକ୍ରମଣ । ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିବାବେଳେ ଏଭଳି ସ୍ଥିତିରେ କେମିତି ରହିବେ ସୁରକ୍ଷିତ ସେ ନେଇ ବି ବଢିଛି ଚିନ୍ତା । ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଂକ୍ରମଣ ବ୍ୟାପିବାର କାରଣ ବୁଝାଇଥିବାବେଳେ କେବଳ ବ୍ୟକ୍ତିଗତ ସଚେତନତା ହିଁ କରୋନା ମୁକାବିଲାର ମହାମନ୍ତ୍ର […]

8765

8765

Tapas Behera
  • Published: Wednesday, 15 April 2020
  • Updated: 15 April 2020, 08:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀରେ କେମିତି ବଢ଼ିଗଲେ ୪୬ ଆକ୍ରାନ୍ତ ? ବମିଖାଲ ଓ ସୂର୍ଯ୍ୟନଗର ଭଳି ଛୋଟ ଛୋଟ ଏରିଆରେ କେଉଁ କାରଣରୁ ବ୍ୟାପିଲା ସଂକ୍ରମଣ । ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିବାବେଳେ ଏଭଳି ସ୍ଥିତିରେ କେମିତି ରହିବେ ସୁରକ୍ଷିତ ସେ ନେଇ ବି ବଢିଛି ଚିନ୍ତା । ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଂକ୍ରମଣ ବ୍ୟାପିବାର କାରଣ ବୁଝାଇଥିବାବେଳେ କେବଳ ବ୍ୟକ୍ତିଗତ ସଚେତନତା ହିଁ କରୋନା ମୁକାବିଲାର ମହାମନ୍ତ୍ର ବୋଲି କହିଛନ୍ତି ଚିକିତ୍ସକ।

କେବଳ ବମିଖାଲରୁ ଚିହ୍ନଟ ହୋଇଛନ୍ତି ୧୮  ଜଣ ପଜିଟିଭ୍।  ସଂକ୍ରମଣ ରୋକିବାକୁ ଛକ ଛକ ସିଲ୍ କରି ଜଗିଛି ପୁଲିସ। ପଦାକୁ ଗୋଡ଼ କାଢିବା ସମ୍ପୂର୍ଣ୍ଣ ମନା। ହେଲେ କଲୋନୀ ଭିତରକୁ ଅନାୟସରେ ଯାଆସ ଚାଲିଛି । ଲୋକେ ମର୍ଣ୍ଣିଂ ଓ୍ୱାକ୍‌ ବି  କରୁଛନ୍ତି। ଯେମିତି ସବୁ ନିୟମକୁ ଏଠି ଫୁ । ତେଣୁ ଏଠି ପ୍ରଶ୍ନ ବମିଖାଲରେ ୩ରୁ ୧୮ ପିଜିଟିଭ୍ ବଢିବା ପଛରେ ଏସବୁ ବେପରୁଆ ଆଚରଣ ଗୋଟିଏ ଗୋଟିଏ କାରଣ ନୁହେଁ କି ?

ତେବେ ୧୮ ଆକ୍ରାନ୍ତଙ୍କ ସ୍ଥାନ ବମିଖାଲ ହେଉ ଅବା ୮ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଯର୍ୟନଗର କିମ୍ବା ୪ ଆକ୍ରାନ୍ତଙ୍କ ଏରିଆ ସତ୍ୟନଗର । ଏଠି ପ୍ରଶ୍ନ କାହିଁକି ଏ ଛୋଟ ଛୋଟ ଅଞ୍ଚଳରେ ବଢିଗଲେ ଆକ୍ରାନ୍ତ ? ଏସବୁ ସ୍ଥାନରେ ପୂର୍ବ ସଂକ୍ରମିତଙ୍କ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂସ୍ପର୍ଶରେ ଆସିଛନ୍ତି କି ଅନ୍ୟ ଆକ୍ରାନ୍ତ ? ଏଭଳି ସ୍ଥିତିରେ ସାଧାରଣ ଲୋକଟିଏ କେମିତି ରହିବ ସୁରକ୍ଷିତ ? କେମିତି ଜାଣିବ କିଭଳି ବ୍ୟାପୁଛି କରୋନା ? ତାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିଥିବାବେଳେ ଏ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କହିଛନ୍ତି କୌଣସି ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଥିଲେ ତାହା ଯେ ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ବ୍ୟାପିଯିବ ତାହା ଭାବିବା ଭୁଲ୍ । ଏମିତିକି ଆକ୍ରାନ୍ତଙ୍କ ପାଖାପାଖି ରହିଥିଲେ ବି ନିଶ୍ଚିତ ସଂକ୍ରମଣ ହୁଏନି। ଏହା ଜରୁରୀ କି ସୁସ୍ଥ ବ୍ୟକ୍ତି ଜଣକ ରୋଗୀ ସହ କେତେ ସମୟ ବିତାଇଛି ଓ କେଉଁ ଭଳି ଜାଗାରେ ବିତାଇଛନ୍ତି ଯଦି କୌଣସି ଖୋଲା ପଡ଼ିଆରେ ଉଭୟ ସୁସ୍ଥ ଓ ଆକ୍ରାନ୍ତ ବ୍ୟକ୍ତି ଥାନ୍ତି ଏବଂ ଦୂରରେ ଥାନ୍ତି ତେବେ ସେମାନଙ୍କୁ ସଂକ୍ରମଣ ଆଶଙ୍କା ବହୁତ କମ୍। ହେଲେ ତାହା ଯଦି ଆବଦ୍ଧ ସ୍ଥାନ ହୋଇଥାଏ ଏବଂ ଉଭୟ ୧୫ ମିନିଟରୁ  ଅଧିକ ସମୟ ମିଳାମିଶା କରିଥିବେ ତାହାଲେ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ବେଶୀ । ତେବେ ସଂକ୍ରମିତ ବ୍ୟକ୍ତି କାଶିବା ସମୟରେ ପାଖରେ ଥିବା ଲୋକଙ୍କୁ ଚଟ୍ କରି ସଂକ୍ରମଣ ହୁଏ। ହେଲେ ରୋଗୀ ଚୁପ୍‌ଚାପ୍ ବସିଥିଲେ ଭୁତାଣୁ ବ୍ୟାପେ ନାହିଁ ।

କରୋନା ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ୱର ହେଉ ଅବା ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରୁ ଚିହ୍ନଟ ଅନ୍ୟ ସମସ୍ତ ଆକ୍ରାନ୍ତଙ୍କ ସଂପର୍କରେ ଟିକିନିଖ୍ ଟ୍ରାଭେଲ୍ ହିଷ୍ଟ୍ରୀ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର । ଯାହା ଆଧାରରେ ସ୍ଥିର ହେଉଛି ନୂଆ ନୂଆ କଣ୍ଟେନମେଣ୍ଟ ଜୋନ୍।  ବର୍ତ୍ତମାନସୁଦ୍ଧା ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୮ଜଣ ସୁସ୍ଥ ହୋଇ ଫେରିଲେଣି। ତେବେ ଏତେ ସବୁ ସତ୍ତ୍ୱେ ଲୋକଙ୍କୁ ପ୍ରଥମେ ନିଜ ସ୍ୱାସ୍ଥ୍ୟ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ଚିକିତ୍ସକ।  କହିଛନ୍ତି ସଚେତନତା ହିଁ କରୋନା ମୁକାବିଲାର ସବୁଠୁ ବଡ଼ ଅସ୍ତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story