କୋଭିଡ୍‌ ରୋଗୀଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ରୋଗୀଙ୍କ ପାଇଁ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର? ତାହା ହିସାବ ମାଗିଲେଣି ଲୋକେ। ଯାହାର ହଜାର ହଜାର ଅଡିଓ ଓ ଭିଡିଓ କ୍ଳିପ୍ ଏବେ ସୋଶାଲ୍‌ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ କୋଭିଡ୍‌ ପରିଚାଳନାରେ ଅବ୍ୟବସ୍ଥା ନେଇ ଉଠାଯାଇଛି ପ୍ରଶ୍ନ। କରୋନା ଆକ୍ରାନ୍ତଙ୍କ ପିଛା ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହେଉଛି? ଏଥିରେ କେନ୍ଦ୍ରର ଭାଗ କେତେ ଆଉ ରାଜ୍ୟରେ କେତେ? ରୋଗୀ ପିଛା ଘରୋଇ ହସ୍ପିଟାଲ୍‌ରେ କେତେ […]

health

health

Manoranjan Sial
  • Published: Tuesday, 11 August 2020
  • Updated: 11 August 2020, 09:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ରୋଗୀଙ୍କ ପାଇଁ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର? ତାହା ହିସାବ ମାଗିଲେଣି ଲୋକେ। ଯାହାର ହଜାର ହଜାର ଅଡିଓ ଓ ଭିଡିଓ କ୍ଳିପ୍ ଏବେ ସୋଶାଲ୍‌ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ କୋଭିଡ୍‌ ପରିଚାଳନାରେ ଅବ୍ୟବସ୍ଥା ନେଇ ଉଠାଯାଇଛି ପ୍ରଶ୍ନ। କରୋନା ଆକ୍ରାନ୍ତଙ୍କ ପିଛା ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହେଉଛି? ଏଥିରେ କେନ୍ଦ୍ରର ଭାଗ କେତେ ଆଉ ରାଜ୍ୟରେ କେତେ? ରୋଗୀ ପିଛା ଘରୋଇ ହସ୍ପିଟାଲ୍‌ରେ କେତେ ଟଙ୍କା କରାଯାଉଛି? ଚିକିତ୍ସା ବାବଦରେ କେତେ ଓ ମେଡିସିନ୍ ବାବଦରେ କେତେ ଖର୍ଚ୍ଚ ହେଉଛି? ଏମିତି ପୁଳାପୁଳା ପ୍ରଶ୍ନ ଉଠାଇ ସରକାରଙ୍କୁ ଜବାବ ମାଗୁଛନ୍ତି ଖୋଦ୍‌ କୋଭିଡ୍‌ ଆକ୍ରାନ୍ତ।

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ଭୁବନେଶ୍ୱର ଡିସିପିଙ୍କୁ ଗତ ୭ ତାରିଖରେ ଦେଇଥିବା ଅଭିଯୋଗରେ ଲେଖିଛନ୍ତି, ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ବନ୍ଧୁ ବିଶ୍ୱଜିତ ମହାନ୍ତି ଭାଇରାଲ୍ ଅଡିଓରେ ଜଣେ ରୋଗୀ ପିଛା କେନ୍ଦ୍ର ସରକାର ଦେଢ ଲକ୍ଷରୁ ଅଢେଇରୁ ୨ ଲକ୍ଷ ଟଙ୍କା ଦିଆଯାଉଥିବା କହୁଛନ୍ତି। ବିଏମ୍‌ସି ଓ ବିଭିନ୍ନ ଘରୋଇ ହସ୍ପିଟାଲ ଦ୍ୱାରା ସେହି ଟଙ୍କା ହେରଫେର କରାଯାଉଥିବା ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ କହୁଥିବା ଶୁଣିବାକୁ ମିଳୁଛି। ଖାଲି ସେତିକି ନୁହେଁ,  ପ୍ରତିଦିନ ୧୦୦ ଜଣ ରୋଗୀଙ୍କୁ ପ୍ରାଇଭେଟ୍‌ ହସ୍‌ପିଟାଲ୍‌କୁ ପଠାଇବାକୁ ବିଏମ୍‌ସିକୁ ଟାର୍ଗେଟ ଦିଆଯାଇଛି ଓ ଏହି ଟାର୍ଗେଟ ପୂରଣ ପାଇଁ ପଜିଟିଭ ଚିହ୍ନଟ ହୋଇନଥିଲେ ମଧ୍ୟ ହସ୍ପିଟାଲକୁ ପଠାଯାଉଥିବା ଅଡିଓ କ୍ଲିପ୍‌ ବାର୍ତ୍ତାଳାପରେ ରହିଛି। ଆଉ ଏହାକୁ ମିଛ ବୋଲି ବିଏମ୍‌ସି କହିଛି। ତେବେ ବାସ୍ତବରେ ରୋଗୀ ପିଛା କେତେ ଖର୍ଚ୍ଚ ହେଉଛି ତା’ ଉପରେ କୌଣସି ତଥ୍ୟ ନଦେଇ, ଓଲଟା ଉଠାଯାଇଥିବା ପ୍ରସଙ୍ଗକୁ ମିଥ୍ୟା ଓ ମନ୍ଦ ଉଦ୍ଦେଶ୍ୟ ରଖି କରାଯାଉଥିବା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇଛି।

ସେପଟେ ମାସ୍କ ଓ କିଟ କିଣାରେ କେତେ ଟଙ୍କାର କିକ୍‌ବ୍ୟାକ ହୋଇଛି? କୋଭିଡ୍‌ ମହାମାରୀ ସମୟରେ କାହାକୁ ମିଳିଛି ସରକାରୀ  ଅନୁକମ୍ପା? ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହୋଇଥିବା କୋଭିଡ୍ ହସପିଟାଲ୍‌ ପାଇଁ କେତେ ଟଙ୍କା ଲାଗିଛି? ଏଭଳି ପ୍ରଶ୍ନ ପଚାରିବା ସହିତ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ। କୋଭିଡ୍ ପରିଚାଳନା ଖର୍ଚ୍ଚ ଉପରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛି କଂଗ୍ରେସ୍। ବିଜେପି ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଛି। ଯାହାକୁ ବିଜେଡ଼ି ଫାଙ୍କି ଚାଲିଛି।

ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ସହିତ କୋଟି କୋଟି ଟଙ୍କାରେ ପ୍ରସ୍ତୁତ ହେଉଛି କୋଭିଡ୍ ହସ୍ପିଟାଲ୍। ଏହା ଭିତରେ କିନ୍ତୁ କରୋନା ମୃତ୍ୟୁ ସଂଖ୍ୟା ୩୦୦ ମୁହାଁଇଲାଣି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଥି ମଧ୍ୟରୁ କୋଭିଡ୍‌ ହସ୍ପିଟାଲ୍‌ରେ କେତେ ଜଣ ପ୍ରାଣ ହରାଇଲେଣି ତାର ବି ଏଯାଏଁ ହିସାବ ଦେଉନାହାନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos