ଚିଲିକାରେ କେତେ ଡଲଫିନ୍‌ ଅଛନ୍ତି ?

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର) ଚିଲିକାର ୧୧ଶହ ବର୍ଗ କିଲୋମିଟର ଜଳରାଶିରେ ଦେଖାଦେଉଥିବା ବିରଳ ଇରାୱାଡି ଡଲଫିନ୍‌ଙ୍କ ଗଣନା ଶେଷ ହୋଇଛି । କିନ୍ତୁ ଚିଲିକାରେ ଡଲଫିନ୍‌ଙ୍କ ସଂଖ୍ୟା କେତେ, ତାହା ସ୍ପଷ୍ଟ ହୋଇନାହିଁ । ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା । ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟାରେ ଶେଷ ହୋଇଥିଲା। ସମସ୍ତ ଗଣନାକାରୀ ଟିମ୍‌ର ରିପୋର୍ଟ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତଦାରଖ […]

dolphin

Tapas Behera
  • Published: Sunday, 17 January 2021
  • , Updated: 17 January 2021, 05:11 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର) ଚିଲିକାର ୧୧ଶହ ବର୍ଗ କିଲୋମିଟର ଜଳରାଶିରେ ଦେଖାଦେଉଥିବା ବିରଳ ଇରାୱାଡି ଡଲଫିନ୍‌ଙ୍କ ଗଣନା ଶେଷ ହୋଇଛି । କିନ୍ତୁ ଚିଲିକାରେ ଡଲଫିନ୍‌ଙ୍କ ସଂଖ୍ୟା କେତେ, ତାହା ସ୍ପଷ୍ଟ ହୋଇନାହିଁ । ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା । ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟାରେ ଶେଷ ହୋଇଥିଲା। ସମସ୍ତ ଗଣନାକାରୀ ଟିମ୍‌ର ରିପୋର୍ଟ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତଦାରଖ କରିବା ପରେ ଡଲଫିନ୍‌ଙ୍କ ସଂଖ୍ୟା ପ୍ରକାଶ କରାଯିବ ବୋଲି ସାତପଡ଼ା ରେଞ୍ଜର ସୂଚନା ଦେଇଛନ୍ତି । ୨ ଦିନ ତଳେ ସିଡିଏ ପକ୍ଷରୁ କରାଯାଇଥିବା ଫ୍ଲୋରା ଫୋନା ସର୍ଭେରେ ୧୫୬ଟି ଡଲଫିନ୍ ଥିବା ଜଣାପଡିଥିଲା।

Related story