ଆଗକୁ ରାକ୍ଷୀ, କାରିଗର ବ୍ୟସ୍ତ

କଟକ(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ରାକ୍ଷୀ ପର୍ବ। ସ୍ନେହ ଓ ବନ୍ଧନର ପର୍ବ ପାଇଁ ମଝିରେ ଆଉ ମାତ୍ର କେତେ ଦିନ ଥିବା ବେଳେ କଟକର କାରିଗରମାନେ ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ। ତେବେ ଏଥର କରୋନାକୁ ଦେଖି ସେମାନେ ପ୍ରସ୍ତୁତ କରୁଛନ୍ତି ନୂଆ ନୂଆ ରାକ୍ଷୀ। କିଛି କାରିଗର କୋଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଧରଣର ରାକ୍ଷୀ ପ୍ୟାକେଟ ପ୍ରସ୍ତୁତ କରିଥିବା ବେଳେ ଆଉ କିଛି କାରିଗର ପାରମ୍ପରିକ ସଢେଇ ବ୍ୟବହାର କରି ରାକ୍ଷୀକୁ ପ୍ରସ୍ତୁତ […]

5gb

Tapas Behera
  • Published: Tuesday, 17 August 2021
  • , Updated: 17 August 2021, 05:33 PM IST

କଟକ(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ରାକ୍ଷୀ ପର୍ବସ୍ନେହ ବନ୍ଧନର ପର୍ବ ପାଇଁ ମଝିରେ ଆଉ ମାତ୍ର କେତେ ଦିନ ଥିବା ବେଳେ କଟକର କାରିଗରମାନେ ଏବେ ରାକ୍ଷୀ ତିଆରିରେ ବ୍ୟସ୍ତତେବେ ଏଥର କରୋନାକୁ ଦେଖି ସେମାନେ ପ୍ରସ୍ତୁତ କରୁଛନ୍ତି ନୂଆ ନୂଆ ରାକ୍ଷୀ କିଛି କାରିଗର କୋଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଧରଣର ରାକ୍ଷୀ ପ୍ୟାକେଟ ପ୍ରସ୍ତୁତ କରିଥିବା ବେଳେ ଆଉ କିଛି କାରିଗର ପାରମ୍ପରିକ ସଢେଇ ବ୍ୟବହାର କରି ରାକ୍ଷୀକୁ ପ୍ରସ୍ତୁତ କରିଛନ୍ତି

କଟକ ନୂଆ ବଜାରର କିଛି ଯୁବକ ର୍ତ୍ତମାନ ସମୟକୁ ଧ୍ୟାନ ରେ ରଖି ପ୍ରସ୍ତୁତ କରିଛନ୍ତି କିଛି ସ୍ପେସାଲ ରାକ୍ଷୀ ଗୋଟିଏ ରାକ୍ଷୀରେ ଭାଇ ଭଉଣୀଙ୍କ ଫଟୋ ରହୁଥିବା ବେଳେ ଚକଲେଟ,ଚାଉଳଚନ୍ଦନ ଆଦି ରହୁଛି ଆଉ ଏହାର ଦର ୬୦ଟଙ୍କା ରୁ ଆରମ୍ଭ ହେଉଛି।  କୋଭିକୁ ଦୃଷ୍ଟିରେ ରଖି  ସାନିଟାଇଜର ମାସ୍କ ଆଦି ମଧ୍ୟ ରଖାଯାଇଛି ଏହି କୋଭିଡ଼ କିଟ ରାକ୍ଷୀର ଦର ୨୪୧ଟଙ୍କା ରୁ ଆରମ୍ଭ ହେଉଛି   ଏହଛଡା ଆଉ ଏକ ସ୍ପେସାଲ ଅକ୍ସିଜେନ ରାକ୍ଷୀ  କିଟ ରହିଛି ଯେଉଁଥିରେ ଭାଇ ଭଉଣୀଙ୍କ ଫଟୋ ଥିବା ରାକ୍ଷୀ ସହ ସବୁ ଆବଶ୍ୟକ ଜିନିଷ ରହିଛି ଏବଂ ତା ସାଙ୍ଗକୁ ରହିଛି ଏକ ଔଷଧୀୟ ଚାରା ଯାହାର ମୂଲ୍ୟ ରହିଛି ୩୬୧ଟଙ୍କା ଏସବୁ ସ୍ପେଶା ରାକ୍ଷୀ ପାଇଁ ଅନ୍ ଲାଇନରେ ଅର୍ଡର ମିଳିଥିବାରୁ ଏବେ ଏହି କାରିଗର ମାନେ ଏସବୁ ରାକ୍ଷୀ କିଟ ପ୍ରସ୍ତୁତ କରିବା ପାଇଁ ଖୁବ୍ ବ୍ୟସ୍ତ

ଏବେ ବି କରୋନା ସଙ୍କ୍ରମଣ ସମ୍ପୂର୍ଣ୍ଣ ରୂପେ ଦୂର ହୋଇ ଥିବାରୁ ଏସବୁ ବ୍ୟବସାୟ ଏବେ ଅନ୍ଲାଇନରେ ଚାଲିଛି ଦୋକାନ ବଜାର ଏବେ ଖୋଲିଲାଣି ତେଣୁ ଆଗକୁ ଏସବୁ ରାକ୍ଷୀ ଚାହିଦା ଆଗକୁ ଆହୁରି ବଢିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ରାଜ୍ୟ ବିଭିନ୍ନ ସ୍ଥାନରୁ ଏସବୁ ରାକ୍ଷୀ ପାଇଁ ଆସିଛି ତେଣୁ ଏବେ ସେମାନେ ରାକ୍ଷୀ କିଟ ପ୍ରସ୍ତୁତିରେ ଜୋର୍ସୋର୍ ରେ ଲାଗି ପଡିଛନ୍ତି ତେବେ କୋଭିଡ଼ ଏବଂ ଅକ୍ସିଜେନ ରାକ୍ଷୀ କିଟକୁ ଖୁବ୍ ପସନ୍ଦ କରୁଛନ୍ତି ଗ୍ରାହକ

ଠିକ୍ ସେହିପରି ନୂଆ ବଜାର ଆଉ ଜଣେ କାରିଗର ନାରାୟଣ ମହାରଣା ପ୍ରସ୍ତୁତ କରୁଛନ୍ତି ପାରମ୍ପରିକ ରାକ୍ଷୀ ଜଗନ୍ନାଥ,ଫୁଲ ଆଦି କିସମ କିସମର ରାକ୍ଷୀକୁ ସେ ସଢେଇକୁ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି ଗତ କିଛି ବର୍ଷ ହେବ ନାରାୟଣ ଏଭଳି ରାକ୍ଷୀ ପ୍ରସ୍ତୁତ କରୁଥିବା ବେଳେ ଗ୍ରାହକ ତାଙ୍କ ରାକ୍ଷୀକୁ ଖୁବ୍ ପସନ୍ଦ କରୁଛନ୍ତିଏହି ରାକ୍ଷୀ ୱାଟର ପ୍ରୁଫ ହୋଇଥିବା ବେଳେ ଏହାକୁ ରାକ୍ଷୀ ପୂର୍ଣ୍ଣିମା ପରେ ଏଣେ ତେଣେ ଫିଙ୍ଗି କେହି ବି ଚାବି ରିଙ୍ଗ ଭାବେ ବ୍ୟବହାର କରିପାରିବେ ଫଳରେ ଭଉଣୀଙ୍କ ସ୍ମୃତି ଭାବେ ତାହା ବହୁ ଦିନ ଧରି ରହିପାରିବ ସେଥିପାଇଁ ତାଙ୍କ ପାଖକୁ ବହୁ ଅର୍ଡର ଆସୁଛି ବୋଲି  କହିଛନ୍ତି

Related story