ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ କେବେ?

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାଜ୍ୟର କଳାକାରଙ୍କ ପାଇଁ ପୂର୍ବରୁ ରାଜ୍ୟ ସରକାର “ମୁଖ୍ୟମନ୍ତ୍ରୀ କଳାକାର ସହାୟତା” ଯୋଜନାର ଘୋଷଣା କରିଥିଲେ। ଏଥିରେ ୫୦,୦୦୦ କଳାକାରଙ୍କୁ ସାମିଲ କରାଯିବ ବୋଲି କୁହାଯାଇଥିଲା। ଯୋଜନାରେ ଏବେ କଳାକାରମାନେ ମାସିକ ୧୨୦୦ ଟଙ୍କା ପାଇବେ। ଏହି ଯୋଜନାରେ ୫୦,୦୦୦ କଳାକାରଙ୍କୁ ସାମିଲ କରାଯିବ। ଏହାଛଡ଼ା କଳାକାରଙ୍କ ବୟସ ସୀମା ମଧ୍ୟ କମାଇ ଦିଆଯାଇଛି। ପୂର୍ବରୁ ୪୦୦୦ କଳାକାର ମାସିକ ୧୦୦୦ ଟଙ୍କା ଭତ୍ତା ପାଉଥିଲେ। ଭତ୍ତା ପାଉଥିବା ମହିଳା କଳାକାରଙ୍କ ବୟସ ୫୦ […]

jatra-1

Rakesh Mallick
  • Published: Wednesday, 06 June 2018
  • , Updated: 06 June 2018, 01:39 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାଜ୍ୟର କଳାକାରଙ୍କ ପାଇଁ ପୂର୍ବରୁ ରାଜ୍ୟ ସରକାର “ମୁଖ୍ୟମନ୍ତ୍ରୀ କଳାକାର ସହାୟତା” ଯୋଜନାର ଘୋଷଣା କରିଥିଲେ। ଏଥିରେ ୫୦,୦୦୦ କଳାକାରଙ୍କୁ ସାମିଲ କରାଯିବ ବୋଲି କୁହାଯାଇଥିଲା। ଯୋଜନାରେ ଏବେ କଳାକାରମାନେ ମାସିକ ୧୨୦୦ ଟଙ୍କା ପାଇବେ। ଏହି ଯୋଜନାରେ ୫୦,୦୦୦ କଳାକାରଙ୍କୁ ସାମିଲ କରାଯିବ। ଏହାଛଡ଼ା କଳାକାରଙ୍କ ବୟସ ସୀମା ମଧ୍ୟ କମାଇ ଦିଆଯାଇଛି। ପୂର୍ବରୁ ୪୦୦୦ କଳାକାର ମାସିକ ୧୦୦୦ ଟଙ୍କା ଭତ୍ତା ପାଉଥିଲେ। ଭତ୍ତା ପାଉଥିବା ମହିଳା କଳାକାରଙ୍କ ବୟସ ୫୦ ଓ ପୁରୁଷଙ୍କ ବୟସ ୬୦ ରହିଥିଲା।

ଏହାକୁ ଏବେ କମାଇ ଦିଆଯାଇଛି। ମହିଳା କଳାକାରଙ୍କ ୪୦ ଓ ପୁରୁଷ କଳାକାରଙ୍କ ୫୦ ବର୍ଷ ବୟସ କରାଯାଇଛି। ତେବେ ଏହି କଳାକାର ଭତ୍ତା ପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶ  ପାଇଛି। ଆବେଦନର ଶେଷ ତାରିଖ ୩୦ ଜୁନ୍‌ ୨୧୮ ଧାର୍ଯ୍ୟ କରାଯାଇଛି।  କଳାରେ  ଉଲ୍ଳେଖନୀୟ କାର୍ଯ୍ୟ କରିଥିବା ଦୁସ୍ଥ କଳାକାରମାନଙ୍କୁ ବରିଷ୍ଠତା ଭିତିରେ ମାସିକ ୧୨୦୦ ଟଙ୍କା  ଲେଖାଁଏ  ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଇଚ୍ଛୁକ କଳାକାରମାନେ  ନିର୍ଦ୍ଧାରିତ ଫର୍ମରେ ନିଜ ବିଷୟରେ ଆବଶ୍ୟକ ତଥ୍ୟ ପୂରଣ କରି ନିଜ ଜିଲ୍ଳାର ଜିଲ୍ଳାପାଳଙ୍କ e-mail ମାଧ୍ୟମରେ ୩୦ ଜୁନ୍  ୨୦୧୮ ସୁଦ୍ଧା ପଠାଇବା ଜରୁରୀ ବୋଲି ବିଜ୍ଞାପନରେ କୁହାଯାଇଛି। ତେବେ ସବିଶେଷ ତଥ୍ୟ ପାଇଁ ଏହା ସହ ସଂଲଗ୍ନ ହୋଇଥିବା ବିଜ୍ଞାପନ ଦେଖିପାରିବେ। ଏଥିସହ www.odishaculture.gov.in ୱେବସାଇଟ୍‌ ଭିଜିଟ୍ କରିପାରିବେ।

Related story