କରୋନା ଆକ୍ରାନ୍ତ ଗର୍ଭବତୀଙ୍କ ଯତ୍ନ ନେଇ ଏମିତି କହିଲେ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ଏପରି ସମୟରେ ଗର୍ଭବତୀଙ୍କ ଯତ୍ନ କେମିତି ନେବେ? ଏନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୁସି ଦାସ। ଡାକ୍ତର ଲୁସି ଦାସ କହିଛନ୍ତି-“ଗର୍ଭବତୀ ମହିଳା କରୋନାରେ ଆକ୍ରାନ୍ତ ହେଲେ ହୋମ୍‌ ଆଇସୋଲେସନରେ ରହିପାରିବେ। ସେମାନେ ଘରେ ଅଲଗା ଭାବେ ରହିବେ। କାହାସହ ମିଶିବେ ନାହିଁ। ସେମାନେ ସୁଷମ ଖାଦ୍ୟ, ଭିଟାମିନ ଯୁକ୍ତ ଖାଦ୍ୟ ଓ ଔଷଧ ଖାଇବେ। ଯଦି ଅବସ୍ଥା […]

pregnet

Manoranjan Sial
  • Published: Tuesday, 22 September 2020
  • , Updated: 22 September 2020, 05:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ଏପରି ସମୟରେ ଗର୍ଭବତୀଙ୍କ ଯତ୍ନ କେମିତି ନେବେ? ଏନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୁସି ଦାସ।

ଡାକ୍ତର ଲୁସି ଦାସ କହିଛନ୍ତି-“ଗର୍ଭବତୀ ମହିଳା କରୋନାରେ ଆକ୍ରାନ୍ତ ହେଲେ ହୋମ୍‌ ଆଇସୋଲେସନରେ ରହିପାରିବେ। ସେମାନେ ଘରେ ଅଲଗା ଭାବେ ରହିବେ। କାହାସହ ମିଶିବେ ନାହିଁ। ସେମାନେ ସୁଷମ ଖାଦ୍ୟ, ଭିଟାମିନ ଯୁକ୍ତ ଖାଦ୍ୟ ଓ ଔଷଧ ଖାଇବେ। ଯଦି ଅବସ୍ଥା ବିଗିଡ଼େ, ତାହାହେଲେ କୋଭିଡ୍‌ ହସ୍ପିଟାଲକୁ ଚାଲିଯିବା ଉଚିତ।”

ସେ ଆହୁରି କହିଛନ୍ତି-“ଗର୍ଭବତୀ ମା’ଠାରୁ ଜନ୍ମିତ ଶିଶୁ କରୋନାରେ ସଂକ୍ରମିତ ହେବା ଆଶଙ୍କା କମ୍‌ ରହିଛି। ଛୁଆକୁ ମା’ ଛୁଇଁବା ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଥାଏ। ଛୁଆ ଯେମିତି ସଂକ୍ରମିତ ନହେବ, ସେଥିପାଇଁ ମା’ ଯତ୍ନବାନ ହେବା ଉଚିତ। ସଂକ୍ରମିତ ମା’ଠାରୁ ରକ୍ଷା କରିବାକୁ ଛୋଟ ଛୁଆକୁ ମାସ୍କ ପିନ୍ଧାନ୍ତୁ ନାହିଁ। ଛୁଆକୁ ମାସ୍କ ପିନ୍ଧାଇଲେ ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟିବା ସମ୍ଭାବନା ରହିଛି।”

Related story