ଢାବାରୁ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାର ଏଚ୍‌ଆର୍‌ପିସି ତଦନ୍ତ ଆରମ୍ଭ

ଜଳେଶ୍ୱର(ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଢାବାରୁ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) ତଦନ୍ତ ଆରମ୍ଭ କରିଛି। ଏଚ୍‌ଆରପିସି ଡିଏସ୍‌ପି ରଞ୍ଜିତ ନାୟକଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍‌ ଆଜି ବାଲିଆପାଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଡିଜିଙ୍କ ନିର୍ଦ୍ଦେଶରେ ଏଚ୍‌ଆରପିସି ତଦନ୍ତ ଭାର ହାତକୁ ନେଇଛି। ଗତ ୨୬ ତାରିଖରେ ବାଲିଆପାଳ ଥାନା ଅଞ୍ଚଳରେ ଥିବା ଏକ ଢାବାରୁ ଜଣେ ନାବାଳକର […]

jaleswar

Jyoshna Pradhan
  • Published: Sunday, 28 July 2019
  • , Updated: 28 July 2019, 01:49 PM IST

ଜଳେଶ୍ୱର(ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଢାବାରୁ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) ତଦନ୍ତ ଆରମ୍ଭ କରିଛି। ଏଚ୍‌ଆରପିସି ଡିଏସ୍‌ପି ରଞ୍ଜିତ ନାୟକଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍‌ ଆଜି ବାଲିଆପାଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଡିଜିଙ୍କ ନିର୍ଦ୍ଦେଶରେ ଏଚ୍‌ଆରପିସି ତଦନ୍ତ ଭାର ହାତକୁ ନେଇଛି।

ଗତ ୨୬ ତାରିଖରେ ବାଲିଆପାଳ ଥାନା ଅଞ୍ଚଳରେ ଥିବା ଏକ ଢାବାରୁ ଜଣେ ନାବାଳକର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ପରେ ସେଠାରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା। ସେଠାକୁ ତଦନ୍ତ ପାଇଁ ଯାଇଥିବା ବାଲିଆପାଳ ଆଇଆଇସିଙ୍କୁ ଉତ୍ତ୍ୟକ୍ତ ଲୋକେ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ଏଥିସହ ଉକ୍ତ ଢାବା ଓ ଢାବା ମାଲିଙ୍କ ଘର ଜାଳି ଦେଇଥିଲେ। ପରେ ପରିବାର ଲୋକଙ୍କୁ ନଜଣାଇ ପୁଲିସ୍‌ ନାବାଳକର ମୃତଦେହକୁ ବ୍ୟବଚ୍ଛେଦ କରିବା ଘଟଣାକୁ ନେଇ ମଧ୍ୟ ଗତକାଲି ଉତ୍ତେଜନା ଦେଖାଦେଇଥିଲା। ଲୋକେ ମୃତଦେହ ନେଇ ଗାଁକୁ ଆସିଥିବା ଆମ୍ବୁଲାନ୍ସ ଓ ପୁଲିସ କର୍ମଚାରୀଙ୍କୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ।

ଅନ୍ୟପକ୍ଷରେ ଏହି ଘଟଣାରେ ବାଲିଆପାଳ ଆଇଆଇସି ଥିବା ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗତକାଲି ବଦଳି କରାଯାଇଥିଲା। ତାଙ୍କୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ବାଲିଆପାଳକୁ ବଦଳି କରାଯାଇଛି।

Related story