ଡିଜେଲ ଟ୍ୟାଙ୍କରରେ ଯାଉଥିଲା ଗଞ୍ଜେଇ, ଧରି ପକାଇଲା ପୁଲିସ

ଲମତାପୁଟ (ଓଡ଼ିଶା ରିପୋର୍ଟର): ଅନ୍ଧାର ରାତିରେ ଡିଜେଲ ଟ୍ୟାଙ୍କରରେ ଯାଉଥିଲା ଗଞ୍ଜେଇ। ପୁଲିସ ଜାଣିପାରି ଅଚାନକ ଚଢ଼ଉ କରି କରି ଗଞ୍ଜେଇ ଓ ଟ୍ୟାଙ୍କରକୁ ଜବତ କରିଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା।  ଏପରି ଅଭିଯୋଗ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରୁ ଆସିଛି। ଗତକାଲି ରାତିରେ ଆନ୍ଧ୍ରପ୍ରଦେଶ ସୀମାନ୍ତ ଚାଟୁଆ ଅଞ୍ଚଳରୁ ଏକ ଟ୍ୟାଙ୍କର ଦ୍ରୁତ ଗତିରେ ଆସୁଥିଲା। ଏହା ଦେଖି ନନ୍ଦପୁର ଥାନା ପୁଲିସ ଖିଲୁଆ ଅଞ୍ଚଳରୁ ଉକ୍ତ ଟ୍ୟାଙ୍କରକୁ ଅଟକାଇ […]

koraput

Manoranjan Sial
  • Published: Friday, 09 October 2020
  • , Updated: 09 October 2020, 03:55 PM IST

ଲମତାପୁଟ (ଓଡ଼ିଶା ରିପୋର୍ଟର): ଅନ୍ଧାର ରାତିରେ ଡିଜେଲ ଟ୍ୟାଙ୍କରରେ ଯାଉଥିଲା ଗଞ୍ଜେଇ। ପୁଲିସ ଜାଣିପାରି ଅଚାନକ ଚଢ଼ଉ କରି କରି ଗଞ୍ଜେଇ ଓ ଟ୍ୟାଙ୍କରକୁ ଜବତ କରିଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା।  ଏପରି ଅଭିଯୋଗ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରୁ ଆସିଛି।

ଗତକାଲି ରାତିରେ ଆନ୍ଧ୍ରପ୍ରଦେଶ ସୀମାନ୍ତ ଚାଟୁଆ ଅଞ୍ଚଳରୁ ଏକ ଟ୍ୟାଙ୍କର ଦ୍ରୁତ ଗତିରେ ଆସୁଥିଲା। ଏହା ଦେଖି ନନ୍ଦପୁର ଥାନା ପୁଲିସ ଖିଲୁଆ ଅଞ୍ଚଳରୁ ଉକ୍ତ ଟ୍ୟାଙ୍କରକୁ ଅଟକାଇ ଥିଲା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଥିଲା। ସେମାନଙ୍କୁ ଜେରା ପରେ ଟ୍ୟାଙ୍କରରେ ଗଞ୍ଜେଇ ଥିବା ଉଭୟ ସ୍ୱୀକାର କରିଥିଲେ। ଜବତ ହୋଇଥିବା ଟ୍ୟାଙ୍କରରୁ ୫୯୬ କେଜି ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହି ଗଞ୍ଜେଇ କୋଲକାତା ଚାଲାଣ ହେଉଥିଲା।

Related story